ଆରମ୍ଭ ହେଲା ପ୍ରସିଦ୍ଧ ଇନ୍ଦୁପୁରରେ ବାରୁଣୀ ମେଳା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଚଣ୍ଡୀଦେବୀଙ୍କ ପ୍ରାଙ୍ଗଣରେ ଆଜିଠାରୁ ପ୍ରସିଦ୍ଧ ବାରୁଣୀ ମେଳା ଆରମ୍ଭ ହୋଇଛି । ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି ମେଳାର ପ୍ରଥମ ଦିବସରେ ବିଭିନ୍ନ ଅଞ୍ଚଳରୁ ବୁଡ ପକାଇବା ନିମନ୍ତେ ଶ୍ରଦ୍ଧାଳୁମାନଙ୍କ ଭିଡ ବେଶ ଜମିଥିଲା । ନିୟମ ଅନୁସାରେ ମା’ ଚଣ୍ଡୀଦେବୀଙ୍କ ମହାସ୍ନାନ ପାଇଁ ବିରୂପା, ବ୍ରାହ୍ମଣୀ ଏବଂ କେଲୁଅ ନଦୀର ତ୍ରୀବେଣୀ ସଙ୍ଗମ ସ୍ଥଳରୁ ଜଳ ସଂଗ୍ରହ କରାଯାଇଥିଲା । ଏହି ତିନୋଟି ନଦୀର ସଙ୍ଗମ ସ୍ଥଳରେ ବୁଡ ପକାଇଲେ ପାପ କ୍ଷୟ ହୁଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ପ୍ରତିକୂଳ ପାଗ ସତ୍ତ୍ୱେ ଆଜି ରାତି ପ୍ରାୟ ୩ଟାରୁ ଏହି ତ୍ରିବେଣୀ ଘାଟରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇ ମା ଚଣ୍ଡୀଦେବୀଙ୍କ ଦର୍ଶନ କରିଥିଲେ । ତ୍ରିବେଣୀ ଘାଟରୁ ଜଳ ଅଣାଯାଇ ମା’ ଚଣ୍ଡୀଦେବୀଙ୍କୁ ସ୍ନାନ କରାଯାଇଥିଲା । ନଦୀରେ ବୁଡ ପକାଇବାବେଳେ ଯେକୌଣସି ଅଘଟଣକୁ ମୁକାବିଲା କରିବା ପାଇଁ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ନଦୀଘାଟରେ ଏକ ବୋଟ ଓ ଅଗ୍ନିଶମ ଗାଡି ସହିତ ଉପସ୍ଥିତ ଥିଲେ । ପୋଲିସ ବାହିନୀ ଓ ସ୍ୱାସ୍ଥ୍ୟ ବିଭାଗ ଉପସ୍ଥିତିରେ ଶାନ୍ତିଶୃଙ୍ଖଳା ସହିତ ବୁଡ ପକାଇବା ପରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରି ଘରକୁ ଫେରିଥିଲେ । ଲୋକଙ୍କ ପାଇଁ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ତଥା ଯୁବ ସ୍ୱେଛାସେବୀମାନଙ୍କ ଦ୍ୱାରା ଚା, ବିସ୍କୁଟ ଓ ଖାଦ୍ୟ ପୁଡିଆ, ପାଣି ବୋତଲ ପ୍ରଭୃତି ବଣ୍ଟନ କରାଯାଇଥିଲା । ମିଶନଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠି ଆନୁକୂଲ୍ୟରେ ଜଳଛତ୍ର ଖୋଲାଯାଇଥିଲା । ଇନ୍ଦୁପୁର ଉଚ୍ଚ ବିଦ୍ୟାଳୟର ୧୯୯୯ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମେଳାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ଏହାର ଶୁଭ ଉଦଘାଟନ ଶିକ୍ଷାବିତ ପ୍ରଫୁଲ୍ଲ ଚନ୍ଦ୍ର ଜେନା କରିଥିଲେ । ନଦୀରେ ସ୍ନାନ ପାଇଁ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲଗା ଅଲଗା ଘାଟର ବ୍ୟବସ୍ଥା କରାଯ।।ଇଥିଲା । ଇନ୍ଦୁପୁର ସରପଞ୍ଚ ପ୍ରଦୀପ୍ତ ରଞ୍ଜନ ସୂତାର, ଦୁଷ୍ମନ୍ତ କୁମାର ମଲ୍ଲିକ, ରାମନାରାୟଣ ସିଂ, ପ୍ରକାଶ କୁମାର ଜେନା, ବିଜନ କୁମାର ମଲ୍ଲିକ, ବସନ୍ତ କୁମାର ସାହୁ, ମଦନ ମଲ୍ଲିକ, ଧିରେନ୍ଦ୍ର ସେଠୀ, ହେମନ୍ତ ସେଠୀ, ସମିତି ସଭ୍ୟା ସୁନନ୍ଦା ମଲ୍ଲିକ, ପ୍ରମିଳା ସାହୁ, ବିଜୟ କୁମାର ଜେନା, ମନୋଜ ମହତାବ, ବାସୁଦେବ ମଲ୍ଲିକ, ପ୍ରଭାକର ମଲ୍ଲିକ, ଅପର୍ଣ୍ଣା ବାରିକ, କନକଲତା ଜେନା ପ୍ରମୁଖ ବହୁ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ନଦୀରେ ବୁଡପକା ଓ ମେଳା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା । ନିକିରାଇ ଥାନା ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିପ୍ରକାଶ ସ୍ୱାଇଁ ପୋଲିସ ଟିମ ସହିତ ନଦୀଘାଟ ଏବଂ ମେଳା ପଡିଆରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ