ଆରମ୍ଭ ହେଲା ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର:- ଷୋଡ଼ଶ ବିଧାନସଭାର ଆଜି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରେ ରାଜ୍ୟପାଳଙ୍କ ଅଭିଭାଷଣ ରଖିଛନ୍ତି। ପ୍ରଥମେ ଦିବଙ୍ଗତ ସଦସ୍ୟ, ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଅଭିଭାଷଣ ରଖି କହିଛନ୍ତି, ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେବାକୁ ମୋ ସରକାର ଲାଗି ରହିଛି। ଲୋକଙ୍କୁ ଶାସନର କେନ୍ଦ୍ରବିନ୍ଦୁ କରାଇ କାର‌୍ୟ୍ୟକ୍ରମ କରାଯାଉଛି। ଦାରିଦ୍ର‌୍ୟ ଦୂରୀକରଣ ପାଇଁ ବିଭିନ୍ନ କାର‌୍ୟ୍ୟକ୍ରମ ହାତକୁ ନିଆଯାଉଛି। ଲୋକଙ୍କ ସୁବିଧା ପାଇଁ ମୋ ସରକାର ଆରମ୍ଭ କରାଯାଇଛି। ୫ଟି ଜରିଆରେ ଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି। ଚାଷୀଙ୍କ ପାଇଁ କାଳିଆ, ପିଲାଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ହୋଇଛି। କୃଷି ଶିଳ୍ପକୁ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଶିଳ୍ପ ଯୋଜନା ଲାଗୁ ହୋଇଛି। କୃଷି କ୍ଷେତ୍ରକୁ ଜଳ ଯୋଗାଣ ପାଇଁ ବହୁ ବ୍ୟାରେଜ ନିର୍ମାଣ ହୋଇଛି। କେନାଲ, ଉଠା ଜଳସେଚନ ଜରିଆରେ ଜଳ ଯୋଗାଣ ହେଉଛି। ପଶୁପାଳନ, ମତ୍ସଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଜରିଆରେ ଶସ୍ୟ ଯୋଗାଣ ହେଉଛି। ପ୍ରତି ଗରିବ ପରିବାରକୁ ମୁଣ୍ଡପିଛା ୫ କେଜି ଶସ୍ୟ ଯୋଗାଣ ହେଉଛି। ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ବହୁ ଯୋଜନା ହାତକୁ ନିଆଯାଇଛି। କଟକ ଏସ୍ସିବିକୁ ବିଶ୍ୱସ୍ତରୀୟ କରିବାକୁ ପଦକ୍ଷେପ ନିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ସେବା ମିଳୁଛି। ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣା ଔଷଧ ମିଳୁଛି। ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ମିଶନ ଶକ୍ତି କାମ କରୁଛି। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ