ଆରାଧନା ଦାଶଙ୍କ ‘ଆତ୍ମଜା ଓ ମାଟି ମୋହ’ ପୁସ୍ତକ ଉନ୍ମୋଚିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପଟ୍ଟାମୁଣ୍ଡାଇ ମନ୍ମଥନାଥ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ତଥା ବିଶିଷ୍ଟ ଲେଖିକା ଆରାଧନା ଦାଶଙ୍କ ଲିଖିତ ଦୁଇଟି କବିତା ସଙ୍କଳନ “ଆତ୍ମଜା ଓ ମାଟି ମୋହ” ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ମନ୍ମଥନାଥ ହାଇସ୍କୁଲ ପରିସରରେ ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୈାରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସନାତନ ବେହୁରା ମୁଖ୍ୟ ଅତିଥି, ବିଶିଷ୍ଟ କବୟତ୍ରୀ ଅନୁବାଦିକା ନବଜ୍ୟୋତି ରାୟ ମୁଖ୍ୟବକ୍ତା, ସାମ୍ବାଦିକ ସଚ୍ଚିକାନ୍ତ ନାଥ, ପ୍ରାକ୍ତନ ପ୍ରଶାସକ ଡଃ.କେଳୁ ଚରଣ ସ୍ୱାଇଁ, ପ୍ରାଧ୍ୟାପକ ବିରଜାନନ୍ଦ ମହାନ୍ତି, ସମାଜସେବୀ ବିଶ୍ୱନାଥ ଧଳ, ଶିକ୍ଷାବିତ ପ୍ରଫୁଲ୍ଲ ଦାସ, ଗାଳ୍ପିକ ପ୍ରଦୀପ ନାୟକ, ରାଜ୍ୟ ପୁରସ୍କୃତ ଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ, ଶିକ୍ଷାବିତ ସଚିନନ୍ଦନ ଦାସ, ବନଫୁଲର ପ୍ରକାଶକ ବ୍ରହ୍ମପୁତ୍ର ନାୟକ, କବି ଡା. ମନୋରଞ୍ଜନ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ “ଆତ୍ମଜା ଓ ମାଟି ମୋହ”ପୁସ୍ତକର ମହତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଲେଖିକାଙ୍କ ପୁସ୍ତକ ଉନ୍ମୋଚନ କରିଥିଲେ । ପୁସ୍ତକର ଲେଖିକା ଶ୍ରୀମତୀ ଦାଶ ପୁସ୍ତକ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶୁଭାଂଶୁ ଦାସ, କବି ଡା, ସାହିତ୍ୟିକ ରାମକୃଷ୍ଣ ଦାଶ, ସାମ୍ବାଦିକ ଅନିଲ ଚୈାଧୁରୀ, ସଂଗୀତଜ୍ଞ ରବୀନ୍ଦ୍ର ନାଥ ମିଶ୍ର, କବୟତ୍ରୀ ଚାରୁଲତା ଭୂୟାଁ, ଶିକ୍ଷାବିତ ପାବନୀ ରାଉତ, କବି ତ୍ରିଲୋଚନ ଜେନା, ଗୋପୀନାଥ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପଣ୍ଡିତ ପ୍ରମୋଦ ତ୍ରିପାଠୀ ବେଦ ପାଠ କରିଥିବା ବେଳେ କଷଣଅଣ୍ଟା ହାଇସ୍କୁଲ ପ୍ରଧାନ ଶିକ୍ଷକ କବି ସଚିତ୍ର ବେହୁରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀ ଲୋପିତା ସାହୁ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବ ପରିଚାଳନାରେ ଶିକ୍ଷକ ଆନନ୍ଦ ଚନ୍ଦ୍ର ମହାପାତ୍ର, ଶଶାଙ୍କ ଶେଖର ସାହୁ, ତାପସ ବେହେରା, ବିନୋଦ ଦାସ, ସରୋଜ ସ୍ୱାଇଁ, ଆରତୀ ଭଳ, ସ୍ୱର୍ଣ୍ଣମୟୀ ନାୟକ, ମାନସୀ ମହାନ୍ତି, ଗୋମତୀ ସ୍ୱାଇଁ ଓ ସସ୍ମିତା କର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ