ଆରୁଆ ରାଜପୁତ ମହୋଉତ୍ସବ ଛଅରୁ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ଓ ରମ୍ଭା ନିକଟ ଡିଆଁଡେଇଁ ଖେଳପଡିଆ ଠାରେ ଦୁଇଦିନିଆ ଆରୁଆ ରାଜପୁତ ମହୋଉତ୍ସବ -୨୦୨୫ ଚଳିତ ମାସ ଛଅ ତାରିଖ ଠାରୁ ଆରମ୍ଭ ହେବ lବିରୁଳି -ପାଲୁର -ଗଡ଼ଜାତ ଅଞ୍ଚଳ ପକ୍ଷରୁ ପ୍ରଥମଥର ପାଇ ଆୟୋଜିତ ହେଉଛି ଏହି ମହୋଉତ୍ସବ l ଏହା ଚଳିତ ମାସ ରାମ ନବମୀ ଅବସରରେ ଛଅ ଓ ସାତ ତାରିଖ ଦୁଇଦିନ ଧରି ହେବାକୁ ଏହି ମହୋଉତ୍ସବରେ ମୁଖ୍ୟ ଆକର୍ଷଣ ସୁନାମଧନ୍ୟ ବରିଷ୍ଠ ହାସ୍ୟ ଅଭିନେତା ପପୁ ପମପମ, କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି ତାଙ୍କ ଟିମ ଓ ଅଭିନେତ୍ରୀ ଭୂମିକା ଦାସ l ଏହା ସହ ରାଜ୍ୟସ୍ତରୀୟ ଲୋକକଳା ନୃତ୍ୟ, ଆଧୁନିକ ଡ୍ୟାନ୍ସ ଓ ରାମାୟଣ ପରିବେଶଣ ହେବ l ତାହା ସହ ମିନାବଜ଼ାର,ଦୌଳି, ସ୍ୱୟଂସହାୟକ ଗୋଷ୍ଟି ଦ୍ୱାରା ବିଭିନ୍ନ ପ୍ରକାର ଷ୍ଟଲ ଖୋଲିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି l l ଏହାକୁ ଡିଆଁଡେଇଁ, ହରିପୁର, ବୁରୁଡି, ଜହମି, ଧର୍ମଶରଣପୁର, ସିପକୁଦା, ଝାରେଡି, ରାଧାଗୋବିନ୍ଦପୁର, କଣ୍ଟପଡା, ବନ୍ଦତଳ ନୂଆଁଗାଁ ର ବାସିନ୍ଦା ମାନେ ମିଳିତ ଭାବେ ଆୟୋଜନ କରୁଛନ୍ତି l ଯାହାକୁ ଗାଁ, ଗାଁ ବୁଲି ମାଇକ ଯୋଗେ ପ୍ରଚାର କରାଯାଉଥିବା ଏବଂ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି l