ଆର୍ଥିକ ବର୍ଷ ୨ଠ୧୮-୧୯ ପାଇଁ ଆଇଟିଆର୍ ଫର୍ମ ଜାରି ଦେବାକୁ ହେବ ନୂଆ ସୂଚନା

ନୂଆଦିଲ୍ଲୀ, (ଏଜେନ୍ସି): ଗତ ଆର୍ଥିକ ବର୍ଷର ୨୦୧୮-୧୯ ପାଇଁ ନୂଆ ଆୟକର ରିଟର୍ଣ୍ଣ ଫର୍ମ ଜାରି କରାଯାଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଟିକସଦାତାଙ୍କ ଠାରୁ ରିଟର୍ଣ୍ଣ ଫର୍ମ୍ସରେ ଅଧିକ ସୂଚନା ମଗାଯାଇଛି । ନୂଆ ଆଇଟିଆର୍ ଫର୍ମରେ ଟିକସଦାତାଙ୍କ ଠାରୁ ଭାରତରେ ବାସ କରିବାର ଦିନ ସଂଖ୍ୟା, ଅନ୍ଲିଷ୍ଟେଡ଼୍ ଶେୟାର୍ସର ହୋଲ୍ଡିଂ ଓ ଟିଡ଼ିଏସ୍ ହେବା ସ୍ଥଳେ ଭଡ଼ାଦାତାଙ୍କ ପାନ୍ ଆଦି ପରି ନୂଆ ସୂଚନା ମଗାଯାଇଛି । ଆଇଟିଆର୍-୧ଫର୍ମ କେବଳ ସେହି ନାଗରିକଙ୍କ ଉପରେ ଲାଗୁ ହେବ, ଯେଉଁମାନଙ୍କର ସମୁଦାୟ ଆୟ ୫୦ଲକ୍ଷ ଟଙ୍କା । ଏହି ବେତନ, ଏକ ଘର ସମ୍ପତ୍ତି ଓ ଶୁଳ୍କରୁ ହୋଇଥିବା ଆୟ ଉପରେ ଲାଗୁ ହୋଇଥାଏ । ନୋଟିଫାଏ କରାଯାଇଥିବା ଫର୍ମ ଅନୁସାରେ ଏହି ଆଇଟିଆର୍ ଫର୍ମକୁ କୌଣସି ଏପରି ବ୍ୟକ୍ତି ଦ୍ୱାରା ବ୍ୟବହାର କରାଯାଇପାରିବନି, ଯେଉଁମାନେ କି କୌଣସି କମ୍ପାନୀର ଡାଇରେକ୍ଟର ତଥା ଅନ୍ଲିଷ୍ଟେଡ଼୍ ଇକ୍ୱିଟି ଶେୟାରରେ ନିବେଶ କରିଛନ୍ତି । ସିବିଡ଼ିଟି ଦ୍ୱାରା ଜାରି କରାଯାଇଥିବା ଫର୍ମ ଅନୁସାରେ ଆଇଟିଆର୍-୧ ଷ୍ଟାଣ୍ଡାର୍ଡ଼ ଡିଡ଼୍କସ୍ନର ବିକଳ୍ପ ସହିତ ଆସିଥାଏ । ଆଇଟିଆର୍ ଫାଇଲ୍ କରିବା ସମୟ ଆର୍ଥିକ ବର୍ଷ ୨୦୧୮-୧୯ରେ ଉପଭୋକ୍ତା ଷ୍ଟାଣ୍ଡାର୍ଡ଼ ଡିଡ଼୍କସ୍ନ ପାଇଁ ଅଧିକତମ ୪୦ହଜାର ଟଙ୍କା ଦାବି କରିପାରିବେ । ସେହିପରି ଯଦି ଉପଭୋକ୍ତାଙ୍କ ନିକଟରେ ଘର ରହିଛି, ତେବେ ଆଇଟିଆର୍-୧ରେ ଏହା ଦର୍ଶାଇବାକୁ ହେବ ଯେ ସେ ଏହାର ମାଲିକ ଉପଭୋକ୍ତା ନିଜେ ତଥା ଏହାକୁ ବିକ୍ରି କରାଯାଇଛି । ଉପଭୋକ୍ତାଙ୍କୁ ଚଳିତ ଆର୍ଥିକ ବର୍ଷରେ ଦ୍ୱିତୀୟ ସୋର୍ସରୁ ହେଉଥିବା ଆୟ ସମ୍ବନ୍ଧରେ ମଧ୍ୟ ବିସ୍ତୃତ ସୂଚନା ଦେବାକୁ ହେବ । ପ୍ରକାଶ ଯେ ଏହା ପୂର୍ବରୁ ଗ୍ରାହକଙ୍କୁ କେବଳ ଅନ୍ୟ ସ୍ତରରୁ ହେଉଥିବା ଆୟ ହିଁ ଦର୍ଶାଇବାକୁ ହେଉଥିଲା । ସାଧାରଣତଃ ଅନ୍ୟ କ୍ଷେତ୍ରରୁ ହେଉଥିବା ଆୟରେ ବ୍ୟାଙ୍କ୍ ଆକାଉଣ୍ଟରୁ ମିଳୁଥିବା ଶୁଳ୍କ ଓ ଫିକ୍ସଡ଼ ଡିପୋଜିଟ ଆଦି ହୋଇଥାଏ । ଗତ ବର୍ଷ ପରି ଉପଭୋକ୍ତାଙ୍କୁ ନିଜ ବେତନ ବ୍ରେକ୍ଅପ୍ର ସୂଚନା ଯେପରି ବେତନ ବ୍ୟତୀତ ଆଲାଉନ୍ସ, ଅତିରିକ୍ତ ସୁବିଧା ଓ ଲାଭ ଆଦି ଦେବାକୁ ହେବ । ଉପଭୋକ୍ତାଙ୍କୁ ନିଜ କମ୍ପାନୀରୁ ମିଳୁଥିବା ସୁବିଧାକୁ ମଧ୍ୟ ଅତିରିକ୍ତ ସୂଚନା ଦେବା ଆବଶ୍ୟକ ହେବ । ଯଦି ଏପରି କିଛି ଆକାଉଣ୍ଟ ଯେପରି ହାଉସ୍ ରେଣ୍ଟ ମଧ୍ୟ ମିଳିଥାଏ, ଯଦ୍ୱାରା ଟିକସରେ ସାମାନ୍ୟ ତଥା ସମ୍ପୂର୍ଣ୍ଣ ରିହାତି ମିଳିଥାଏ, ତାହାର ସୂଚନା ମଧ୍ୟ ଆଇଟିଆର୍-୧ଦେବାକୁ ହେବ । ଆଇଟିଆର୍-୨ଫର୍ମ ସେହି ଲୋକ ଓ ଅବିଭାଜିତ ହିନ୍ଦୁ ପରିବାର (ଏଚ୍ୟୁଏଫ୍ଏସ୍) ପାଇଁ, ଯେଉଁମାନେ କୌଣସି କାରବାର କିମ୍ବା ଟଙ୍କାରୁୂ କୌଣସି ଲାଭ ହେଉନଥିବ । ଆଇଟିଆର୍-୨ରେ ଉପଭୋକ୍ତାଙ୍କୁ ନିବାସ ସ୍ଥାନ ସହିତ ସମ୍ପୃକ୍ତ ସୂଚନା ଦେବାକୁ ହେବ, ଯେ ଆର୍ଥିକ ବର୍ଷ ୨୦୧୮-୧୯ରେ ଏଠାକାର ବାସିନ୍ଦା ଥିଲେ କି ନାହିଁ । କିମ୍ବା ସାଧାରଣ ବାସିନ୍ଦା ଥିଲେ ଓ ନନ୍-ରେସିଡେଣ୍ଟ ଥିଲେ । ଏଥିସହ ଉପଭୋକ୍ତାଙ୍କୁ ଆହୁରି ମଧ୍ୟ ଦର୍ଶାଇବାକୁ ହେବ ଯେ ଚଳିତ ଆର୍ଥିକ ବର୍ଷରେ (ଧାରା ୬(୧)(ଏ)) ସେ ଭାରତରେ ୧୮୨ଦିନ ତଥା ଅଧିକ ଦିନ ପର୍ଯ୍ୟନ୍ତ ରହୁଥିଲେ, କିମ୍ବା ଦେଶରେ ୬୦ ଦିନ ତଥା ତଦୁର୍ଦ୍ଧ କିମ୍ବା ୩୬୫ଦିନ ପାଇଁ ରହୁଥିଲେ, କିମ୍ବା (ଧାରା (୧)(ସି)) ଅଧିନରେ ଗତ ଲଗାତାର ୪ବର୍ଷ ଧରି ରହୁଛନ୍ତି । ଯଦି ଉପଭୋକ୍ତାଙ୍କ ନିକଟରେ କୌଣସି ଅନ୍ଲିଷ୍ଟେଡ଼ କମ୍ପାନୀର ଶେୟାର ରହିଛି, ତେବେ ତାଙ୍କୁ ଆଇଟିଆର୍-୨ରେ ଏହାର ସୂଚନା ଦେବାକୁ ହେବ । ଏହି ସୂଚନାରେ କମ୍ପାନୀ, ପାନ୍, ଶେୟାରର ସଂଖ୍ୟା ଓ କ୍ରୟ ତଥା ବିକ୍ରୟ କରାଯାଇଥିବା ଶେୟାର ଆବଶ୍ୟକ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ