ଆର୍ଥିକ ସଙ୍କଟରେ ବିଏସ୍ଏନ୍ଏଲ୍ ଅଟକିଲା ୧.୭୬ଲକ୍ଷ କର୍ମଚାରୀଙ୍କ ବେତନ
ନୂଆଦିଲ୍ଲୀ, (ଏଜେନ୍ସି): କ୍ଷତିରେ ଚାଲିଥିବା ଭାରତ ସଂଚାର ନିଗମ ଲିମିଟେଡ଼୍ (ବିଏସ୍ଏନ୍ଏଲ୍)ର ସ୍ଥିତି ପୂର୍ବାପେକ୍ଷା ଅଧିକ ଖରାପ ହୋଇଛି । କମ୍ପାନୀର ଇତିହାସରେ ପ୍ରଥମ ଥର ପାଇଁ ୧.୭୬ ଲକ୍ଷ କର୍ମଚାରୀଙ୍କୁ ଫେବ୍ରୁଆରୀ ମାସର ବେତନ ମିଳିନାହିଁ । ଏହି କାରଣରୁ ସମଗ୍ର ଦେଶରେ କାର୍ଯ୍ୟରତ ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ ମଧ୍ୟରେ କ୍ଷୁବ୍ଧ ପ୍ରକାଶ ପାଇଛି । କର୍ମଚାରୀମାନେ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଆବେଦନ କରିଛନ୍ତି । ତେବେ ଏପରି ପ୍ରଥମ ଥର ପାଇଁ ହୋଇଛି, ଯେତେବେଳେ କର୍ମଚାରୀଙ୍କୁ ଦରମା ଦେବା ପାଇଁ କମ୍ପାନୀ ନିକଟରେ ଅର୍ଥର ଅଭାବ ରହିଛି । ସରକାର କମ୍ପାନୀକୁ ବେତନ ଦେବା ସହିତ ଫାର୍ମକୁ ପୁନଃର୍ଜୀବିତ ପାଇଁ ଫଣ୍ଡ ଜାରି କରିବାକୁ କର୍ମଚାରୀ ସଂଘ ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଚିଠି ଲେଖି ଆବେଦନ କରିଛନ୍ତି । ଅନ୍ୟପକ୍ଷରେ କମ୍ପାନୀର କର୍ମଚାରୀ ଧାରଣା ପ୍ରଦର୍ଶନ ମଧ୍ୟ କରିଛନ୍ତି । ବିଏସ୍ଏନ୍ଏଲ୍ର ପାଖାପାଖି ୫୫%ରାଜସ୍ୱ ବେତନ ପେମେଣ୍ଟ ପାଇଁ ବ୍ୟବହୃତ ହୋଇଥାଏ । ସେହିପରି କମ୍ପାନୀର ବେତନ ବିଲ୍ ପ୍ରତି ବର୍ଷ ୮% ବଢ଼ିଥାଏ । ତେବେ ଏହାର ରାଜସ୍ୱ ସ୍ଥିର ରହିଛି । ବିଏସ୍ଏନ୍ଏଲ୍ର ସଂଘ ଓ ୟୁନିଅନ୍ ପକ୍ଷରୁ କୁହାଯାଇଛି ଯେ ରିଲାଏନ୍ସ ଜିଓର ମୂଲ୍ୟ ନିର୍ଦ୍ଧାରଣ କାରଣରୁ ଦୂରସଂଚାର ଉଦ୍ୟୋଗର ଆର୍ଥିକ ସ୍ଥିତିକୁ କ୍ଷତି ହୋଇଛି । ସିହ୍ନା ବିଏସ୍ଏନ୍ଏଲ୍ (ଏୟୁଏବି)ର ସମସ୍ତ ୟୁନିଅନ୍ ଓ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ଅପରେଟରଙ୍କ ଦ୍ୱାରା ମଧ୍ୟ ଆର୍ଥିକ ସଙ୍କଟର ସମ୍ମୁଖିନ କରାଯାଉଛି । ହେଲେ ସେମାନେ ବହୁଳ ଭାବେ ନିବେଶ କରି ସ୍ଥିତି ପ୍ରବନ୍ଧନ କରୁଛି । ବିଏସ୍ଏନ୍ଏଲ୍ର ଜଣେ ଅଧିକାରୀ କହିଛନ୍ତି ଯେ କମ୍ପାନୀ କେରଳ, ଜାମ୍ମୁ ଓ କାଶ୍ମିର, ଓଡ଼ିଶା ଓ କର୍ପୋରେଟ୍ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଫେବ୍ରୁଆରୀର ବେତନ ଦେବା ଆରମ୍ଭ କରିଛି । ସେ କହିଛନ୍ତି ଯେ ଯେତେବେଳେ ଆୟ ଉତ୍ପନ ହେଲେ, ତେବେ କର୍ମଚାରୀଙ୍କୁ ବେତନର ପେମେଣ୍ଟ କରାଯିବ । କାହିଁକି ନା ସରକାର କୌଣସି ଆର୍ଥିକ ସହାୟତା ଦେଇନାହାଁନ୍ତି । ଏଥିପାଇଁ ବେତନରେ ବିଳମ୍ବ ହେଉଛି । ପ୍ରକାଶ ଯେ ମାର୍ଚ୍ଚର ବେତନରେ କିଛି ଦିନର ବିଳମ୍ବ ହେବ, ଏହି ତଥ୍ୟ ପରେ ମାସରେ ନଗଦ ପ୍ରବାହ ସାଧାରଣତଃ ଉଦ୍ୟମ ବ୍ୟବସାୟରୁ ବିଲିଂ କାରଣରୁ ଅଧିକ ହୋଇଥାଏ । ଅନ୍ୟ ଏକ ସୂଚନାନୁସାରେ ବିଏସ୍ଏନ୍ଏଲ୍ ବୋର୍ଡ଼ ବ୍ୟାଙ୍କ୍ ଲୋନ୍ ନେବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ହେଲେ ଦୂରସଂଚାର ବିଭାଗ ଏଯାବତ୍ ଏହାକୁ ଆଗକୁ ବଢ଼ାଇ ନାହାଁନ୍ତି । ବିଏସ୍ଏନ୍ଏଲ୍ର କ୍ଷତି ପ୍ରତି ବର୍ଷ ବଢ଼ି ବଢ଼ି ଯାଉଛି । କମ୍ପାନୀ ଆର୍ଥିକ ବର୍ଷ ୧୮ ପାଇଁ ପାଖାପାଖି ୮ହଜାର କୋଟି ଟଙ୍କାର କ୍ଷତି ଦାଏର କରାଯାଇଛି । ହେଲେ ଆର୍ଥିକ ବର୍ଷ ୧୭ରେ ଏହା ୪,୭୮୬କୋଟି ଟଙ୍କା ଥିଲା ।


