ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର
ଭଞ୍ଜନଗର,(ସନ୍ତୋଷ ଜେନା):ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ତୁରୁମୁରେ ଏକ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭଞ୍ଜନଗର ଡାକ ଅଧିକ୍ଷକ ରବିନାରାୟଣ ବେହେରା, ଭଞ୍ଜନଗର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର,ଭଞ୍ଜନଗର ଆଇସିଡିଏସ ସୁପରଭାଇଜର ଶ୍ରୀମତୀ ସରିତା ପାତ୍ର, ବ୍ରହ୍ମପୁର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ସ୍ଵାଭିମାନ ସାହୁ, ଇଣ୍ଡିଆ ପୋଷ୍ଟ ପେମେନ୍ଟ ବ୍ୟାଙ୍କ ମେନେଜର, କୃଷ୍ଣ ଚନ୍ଦ୍ର ନାୟକ ଓ ମେଲ ଓଭର୍ସିୟର, ସୂର୍ଯ୍ୟନାରାୟଣ ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ଚିଟପଣ୍ଡ ସଂସ୍ଥାରୁ ସୁରକ୍ଷା ଓ ସୁରକ୍ଷିତ ସଞ୍ଚୟ ସମ୍ପର୍କରେ ଆଲୋଚନା କରଯାଇଥିଲା । କାର୍ଯ୍ୟକ୍ରମକୁ ଭଞ୍ଜନଗର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶୁଶ୍ରୀ ଲୋପାମୁଦ୍ରା ପଣ୍ଡା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନୱ୍ବାଡି କର୍ମୀ, ଅଙ୍ଗନୱ୍ବାଡି ସହାୟିକା ଓ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତାମାନେ ଯୋଗ ଦେଇଥିଲେ ।