ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ବାଲୁଙ୍କେଶ୍ୱର ଏସଏଚଜି ସମ୍ମାନିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ବିଶ୍ୱସ୍ତରରେ ଆର୍ନ୍ତଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ବିଭିନ୍ନ ରାଷ୍ଟ୍ରର ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ନିର୍ଯ୍ୟାତନା, ଶିକ୍ଷା, ସ୍ୱାସ୍ଥ୍ୟ, ଲିଙ୍ଗଗତ ଅସମାନତା ଓ ସମାନ ଅଧିକାର ଉପରେ ଅଗ୍ରାଧିକାର ସହିତ ନାରୀଙ୍କୁ ସମ୍ମାନ ଦେବା ପାଇଁ ସଂସ୍କାର ଓ ତୁଳନାତ୍ମକ ଭାବେ  ସାମାଜିକ ପଦକ୍ଷେପ ଗ୍ରହଣ କରାଯାଇଛି । ସମାଜରେ ଭେଦଭାବ ଦୁରେଇବା ସହ ମୁଖ୍ୟ ସ୍ରୋତରେ ମହିଳାଙ୍କୁ ସାମିଲ କରି ସାମାଜିକ, ଅର୍ଥନୈତିକ ଆଦି ସମସ୍ତ କ୍ଷେତ୍ରରେ ସ୍ୱାବଲମ୍ବୀ ଓ ଉନ୍ନତି ସକାଶେ ପ୍ରୟାସ ଜାରି ରହିଛି । ଭାରତ ସରକାରଙ୍କ ସମେତ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ୭୦ଲକ୍ଷ ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ଆତ୍ମ ନିର୍ଭରଶିଳ କରାଇ ଅର୍ଥନୈତିକ ସ୍ୱାଧିନତା ପ୍ରଦାନ କରି ଆସୁଛନ୍ତି । ବିଭିନ୍ନ ରାଜ୍ୟ ଯୋଜନାରେ ସେମାନଙ୍କୁ  ଅର୍ନ୍ତଭୁକ୍ତ କରି ମିଶନ ଶକ୍ତିର ପ୍ରକୃତ ଉଦ୍ଦ୍ୟେଶ ସାକାର କରିବାରେ ମୁଖ୍ୟ ଭୂମିକା ଓ ଉତ୍ତରଦାୟିତ୍ୱ ନିଭାଉଛନ୍ତି । ଏହି କ୍ରମରେ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଳକ ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ବ୍ଳକ ସାରୁ ଓ ବଡଖଣ୍ଡି ପଂଚାୟତର ବାଲୁଙ୍କେଶ୍ୱର ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଛି । ସଂପୃକ୍ତ ଗୋଷ୍ଠୀଙ୍କୁ ମାଛ ଚାଷରେ ଉତ୍କର୍ଷତା ଓ ସଫଳତା ନିମନ୍ତେ ବ୍ଳକ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ଓସୱାନ ହାଲରେ ଆୟୋଜିତ ଭିଡିଓ କନଫେରନ୍ସ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଲିନା କୁମାରୀ ଖେସ୍‌, ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନାଙ୍କ ଜରିଆରେ ଶ୍ରେଷ୍ଠ ଏସଏଚଜି ଭାବେ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ । ଅନୁରୂପ ଭାବେ ସାରୁ ପଂଚାୟତ କାର୍ଯ୍ୟାଳୟ ପରିସରରେ ସିଡିପିଓ ଅଂଶୁପା ସାହୁଙ୍କ ତତ୍ତ୍ୱାବଧାନରେ ଆର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବିଡିଓ ଶ୍ରୀୂ ଜେନା, ତହସିଲଦାର ପ୍ରଭାତ କୁମାର ପରିଡା ଯୋଗଦେଇ ଉକ୍ତ ଦିବସର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସର୍ମ୍ପକରେ ଆଲୋକପାତ କରିଥିଲେ । ଏହି ଅବସରରେ ଏକ ର‌୍ୟାଲି ଆୟୋଜିତ ହୋଇ ‘ବେଟି ବଚାଓ – ବେଟି ପଢାଓ ‘, ମୋ ଗେହ୍ଲା ଝିଅ, ନିର୍ଭୟକଢି, ବାଲ୍ୟ ବିବାହକୁ ନା ଆଦି ସର୍ମ୍ପକରେ ସଚେତନ କରାଇଥିଲେ । ବିଭିନ୍ନ ପ୍ରଶଂସନୀୟ କାର୍ଯ୍ୟ ସକାଶେ ୨୮ଜଣଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଙ୍ଗନବାଡି ସୁପରଭାଇଜର ମାନେ ପରିଚାଳନା କରିଥିବା ବେଳେ ଅଙ୍ଗନୱାଡି କର୍ମୀ ଓ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ