ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ଶୁକ୍ରବାର ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କେନ୍ଦୁଆପଦା ହାଇସ୍କୁଲରେ ଏନ୍.ସି.ସି.କ୍ୟାଡେଟ ମାନଙ୍କ ପକ୍ଷରୁ ଏହି ଦିବସ ପାଳିତ ହୋଇଥିବା ବେଳେ ଏହି ଦିବସରେ ଫାଷ୍ଟ ଅଫିସର ଶଶୀ ଶେଖର କରଶର୍ମା, କ୍ରୀଡା ଶିକ୍ଷକ କିଶୋର କୁମାର ଦାଶ, ପ୍ରଧାନ ଶିକ୍ଷକ ଅଧିର କୁମାର ତରେଇ, ଉତ୍ତମ କୁମାର ଦତ୍ତ, ତରଣୀସେନ ଜେନା, ଗଦାଧର ସେନାପତି, ମଣିଭଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ନିଳୋକ ହାଇସ୍କୁଲରେ ଯୋଗ ଦିବସ ପାଳିତ ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ଶୋଭେନ୍ଦୁ କୁମାର ମାଝୀ, ସୁଧାକର ପଣ୍ଡା, ସନାତନ ନାୟକ, ଶିକ୍ଷୟିତ୍ରୀ ସୁରଜିତା ବାଇ, ସ୍ୱଂୟପ୍ରଭା ନାୟକ, କ୍ରୀଡା ଶିକ୍ଷକ ଚିତ୍ରାବତୀ ବେହେରାଙ୍କ ସମେତ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ବନ୍ତ ହାଇସ୍କୁଲରେ କ୍ରୀଡ଼ା ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମଲ୍ଲିକ, ସେଣ୍ଢତିରା ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠରେ କ୍ରୀଡ଼ା ଶିକ୍ଷକ ମନୋଜ ଶଙ୍ଖୁଆ, ଗଣିଜାଙ୍ଗ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠରେ କ୍ରୀଡ଼ା ଶିକ୍ଷୟିତ୍ରୀ ଡ଼ଲିରାଣୀ ଦାସ, ଟିଲୋ ପଞ୍ଚାୟତ ତ୍ରିକୋଣା ମହାଦେବ ମନ୍ଦିର ଠାରେ କାଳନ୍ଦି ପାତ୍ର, ଚିନ୍ମୟ ପାତ୍ର, ଟିଲୋ ହାଇସ୍କୁଲ ଠାରେ କ୍ରୀଡ଼ା ଶିକ୍ଷକ ଧନେଶ୍ୱର ଜେନା, ନିଳୋକ ପଞ୍ଚାୟତ ପଡ଼ିଆପଡ଼ା ଶିବମନ୍ଦିର ଠାରେ ନରହରି ବେହେରା, ସନ୍ତୋଷ ବେହେରା, ଛୟାଳସିଂ ପଞ୍ଚାୟତ କଣ୍ଟିଗଢିଆ ହନୁମାନ ମନ୍ଦିର ଠାରେ ଗୋପାଳ ଓଝା, ଲକ୍ଷ୍ମୀପ୍ରିୟା ଓଝା, ଗୋପାଳପୁରସ୍ଥିତ ରଙ୍କନିଧି ମୂକ ବଧୀର ବିଦ୍ୟାଳୟରେ ଅଧ୍ୟକ୍ଷା ଦମୟନ୍ତୀ ମାଝୀ, ଖଗେଶ୍ୱର ମଣ୍ଡଳ, ରଙ୍ଗାଧର ଜେନା, ଭଦ୍ରକ ବ୍ଲକ ଏକ୍ସିଲେଣ୍ଟ କୋଚିଂ ସେଣ୍ଟର ବାଗୁରାଇ ଠାରେ ଅଧ୍ୟକ୍ଷ ଅନୀଲ ଚକ୍ରବର୍ତ୍ତୀ, ସ୍ନେହଲତା ପାତ୍ର, ଶ୍ରାବଣୀ ଚକ୍ରବର୍ତ୍ତୀ, ଦାଶରଥୀ ସାହୁଙ୍କ ତତ୍ତ୍ୱାବଧାନରେ ଯୋଗଶିକ୍ଷା ପ୍ରଦାନ କରାଯାଇଛି । ସେହିପରି ବନ୍ତ ଦୁର୍ଗା ମଣ୍ଡପ, ପଧାନପଡା, ଆପଣ୍ଡା ଆଦି ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି । ବନ୍ତ ବ୍ଲକର ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଯୋଗଗୁର ଧରଣୀଧର କର ଯୋଗଶିକ୍ଷା ଦେଇଥିଲେ ।