ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଅଂଚଳ କୁ ବୁଲି ଦେଖିଲେ ତହସିଲଦାର
ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ ଜିଲ୍ଲାରେ ଦିନକୁ ଦିନ ସମୁଦ୍ର କୂଳ ଖାଇବାରେ ଲାଗିଛି । ସମୁଦ୍ର ଜଳପତନ ବୃଦ୍ଧି ହୋଇଥିବାରୁ ଉଚ୍ଚ ଜୁଆର ମାଡି ଆସୁଛି ।ତ୍ତଛତ୍ରପୁର ବ୍ଲକ ଅର୍ଯ୍ୟପଲ୍ଲୀ ଓ ଗଂଜାମ ବ୍ଲକରେ ପୋଡମପେଟା ଗାଁ ସମୁଦ୍ର କୂଳରେ ଥିଲା । ସମୁଦ୍ର କୂଳ ଲଂଘିବାରୁ ଏକାଧିକ ଗାଁ ଏବେ ବିପଦରେ ରହିଛି । ଏପରି ପରିସ୍ଥିତି ବାରମ୍ବାର ଉପୁଜିଥିବା ଯୋଗୁଁ ଆର୍ଯ୍ୟପଲ୍ଲୀ ଗାଁର ସମୁଦ୍ର ନିକଟତର ହୋଇଯାଇଛି । ଯାହାଫଳରେ ଅଂଚଳର ଲୋକ ମାନେ ଭୟଭିତ ଅବସ୍ଥା ରହିଛନ୍ତି । ଏନେଇ ଅଂଚଳବାସୀଙ୍କ ପକ୍ଷରୁ ବାରମ୍ବାର ଜିଲ୍ଲାପ୍ରଶାସନ ଓ ସରକାରଙ୍କୁ ଜଣାଇଥିଲେ ସୁଦ୍ଧା ଏହାର କୈାଣସି ସମାଧାନ କରାଯାଇ ନାହିଁ । ଅଂଚଳର ଲୋକମାନେ ମତ୍ସ୍ୟଜିବୀ ହୋଇଥିବା ମାଛଧରି ନିଜ ନିଜ ଜୀବନ ଜୀବିକା ଉପରେ ନିର୍ଭର କରୁଛନ୍ତି । ସମୁଦ୍ର କୂଳ ଲଂଘୁଥିବାରୁ ସେମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏନେଇ ଅଂଚଳବାସୀଙ୍କ ପକ୍ଷରୁ ଗତ କିଛି ଦିନ ତଳେ ଗଂଜାମ ଜିଲ୍ଲାପାଳଙ୍କୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳକୁ ପରିଦର୍ଶନ କରିବା ସହି ଘଟଣା ସମ୍ପର୍କରେ ବିଭିନ୍ନ ଅନୁଧ୍ୟାନ କରିଛନ୍ତି । ଏହାସହିତ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ନିକଟରେ ଉପସ୍ଥିତ ଥିବା କିଛି ମତ୍ସ୍ୟଜିବୀ ମାନଙ୍କ ସହ ମଧ୍ୟ ଘଟଣା ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ଯୁବନେତା ଏନ.ଦୀନବନ୍ଧୁ ଓ ଅଂଚଳର କିଛି ମତ୍ସ୍ୟଜିବୀ ମାନେ ସମୁଦ୍ର କୂଳ ଲଂଘିବାର ଘଟଣା ବିଷୟରେ କହିବା ସହିତ ଏହାର ସମାଧାନ ପ୍ରନ୍ଥା ଗ୍ରହଣ କଲେ ଅଂଚଳବାସୀ ମାନେ ଉପକୃତ ହେବ ବୋଲି ତହସିଲଦାରଙ୍କ ସେମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୂର୍ବରୁ ସମୁଦ୍ର ଗାଁ ଠାରୁ ବହୁ ଦୂରରେ ରହିଥିବା ଏବେ ଗାଁ ନିକଟକୁ ମାଡି ଆସିଲାଣି । ଆଉ କିଛି ଦିନ ପରେ ପୂର୍ଣ୍ଣିମା ରହିଥିବାରୁ ସେମାନେ ଆହୁରୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏଠାକାର ସମସ୍ତ ତଥ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ମିଶ୍ର ଉପସ୍ଥିତ ଥିବା ମତ୍ସ୍ୟଜିବୀ ମାନଙ୍କୁ ସୂଚନା ଦେଇଛନ୍ତି । ତହସିଲଦାରଙ୍କ ସହ ପରିଦର୍ଶନ ବେଳେ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ସୁପରଭାଇଜର ଜି.ହରିକୃଷ୍ଣ ଓ ଛତ୍ରପୁର ଅମିନ ତପନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।