ଆର୍ଯ୍ୟସମାଜ ପକ୍ଷରୁ ଶ୍ରାବଣୀ ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ପାଳିତ

ଭୁବନେଶ୍ୱର : ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜ ପକ୍ଷରୁ ବୈଦିକ ପର୍ବ ଶ୍ରାବଣୀ ଉପାକର୍ମ ଓ ରକ୍ଷା ବନ୍ଧନ ଉତ୍ସବ ଗତକାଲି ପୂର୍ବାହ୍ନରେ ଚନ୍ଦ୍ରଶେଖରପୁର ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ବୈଦିକ ଯଜ୍ଞ ପରେ ରକ୍ଷା ବନ୍ଧନ ଉତ୍ସବ, ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୁ ରାଷ୍ଟ୍ରସଂଘର ସଭାପତି ଡ଼ଃ ବଦ୍ରୀନାଥ ପଟ୍ଟନାୟକ କହିଲେ ଯେ, ଶ୍ରାବଣୀ ଉପାକର୍ମ ପର୍ବ ଏକ ବୈଦିକ ପର୍ବ । ପୂର୍ବ କାଳରେ ବ୍ରହ୍ମ•ରୀ, ସନ୍ନ୍ୟାସୀମାନେ ଚର୍ତୁମାସ୍ୟା ବ୍ରତ ପାଳନ କରୁଥିଲେ । ସମାଜର ମଙ୍ଗଳ ପାଇଁ ଯଜ୍ଞ ଓ ପ୍ରାର୍ଥନା କରିବା ସହ ଆମ ଧର୍ମ ଗ୍ରନ୍ଥ ବେଦର ବାଣୀକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଉଥିଲେ । ଆମ ଉତ୍ତର ପିଢୀକୁ ସେହି ଐତିହ୍ୟ ଓ ପରମ୍ପରା ବିଷୟରେ ଅବଗତ କରିବା ପାଇଁ ଆର୍ଯ୍ୟ ସମାଜ ତାହା କରି•ଲିଛି । ଅନ୍ୟମାନଙ୍କ ମଧ୍ୟରେ ଆଡ଼ଭୋକେଟ ବନ ମହାନ୍ତି, ଡଃ ନିବେଦିତ ପଟ୍ଟନାୟକ ଓ ଇଂ ବିବେକାନନ୍ଦ ପାତ୍ର ଆଜିର ଐତିହ୍ୟ ଦିବସକୁ ସ୍ମରଣ କରାଇ ରକ୍ଷା ବନ୍ଧନ ପର୍ବରେ ଭଉଣୀ ଭାଇ ହାତରେ ବାନ୍ଧୁଥିବା ରକ୍ଷୀର ପ୍ରକୃତ ମୂଲ୍ୟ ଯୁବପିଢୀ ବୁଝିବା ଦରକାର ବୋଲି କହିଥିଲେ । ପଣ୍ଡିତ ବିନୋଦ ବିହାରୀ ଦାସ ବୈଦିକ ଯଜ୍ଞ ପରି•ଳନା କରିଥିଲେ । ସମାଜସେବୀ ଜକଧର ପ୍ରଧାନ ଓ ଦେବଜାନୀ ରାଉତରାୟ ଯଜମାନ ଆସନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଯୋଗଗୁରୁ ବୃନ୍ଦାବନ ସ୍ୱାଇଁ, ଶ୍ରୀଅରବିନ୍ଦ ନଗର ଆବାସିକ ସଂଘର ସମ୍ପାଦକ ଜନ୍ମେଜୟ ନାୟକ, ନଳିନୀକାନ୍ତ ରାଉତ ଓ ଭବାନୀକାନ୍ତ ରାଉତ ପରି•ଳନା କରିଥିଲେ । କାର୍ଯ୍ୟକ୍ରମ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ •ଲିବ ବୋଲି ଡଃ ଜ୍ଞାନେନ୍ଦ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ