ଆର୍ଯ୍ୟସୃଷ୍ଟିଙ୍କୁ ସ୍ଵର୍ଣ୍ଣ ପଦକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ତୁଳସୀ ଦୁଇ ପତ୍ରରୁ ଵାସିବା ଭଳି ଅତି ଅଳ୍ପ ବୟସରୁ ମଧ୍ୟ ପ୍ରତିଭା ଜଣା ପଡିଥାଏ।ଏମିତି ଜଣେ କୁନି ପ୍ରତିଭା ହେଉଛନ୍ତି ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଂଚାୟତ କୁଲଣା ଗ୍ରାମର ସପ୍ତମ ଶ୍ରେଣୀ ଛାତ୍ରୀ ଆର୍ଯ୍ୟସୃଷ୍ଟି ପଟ୍ଟନାୟକ। ଗ୍ରାମର ଶ୍ରୀକାନ୍ତ କୁମାର ପଟ୍ଟନାୟକ ଓ ପ୍ରିତୀ ପଟ୍ଟନାୟକଙ୍କ ଏକ ମାତ୍ର କନ୍ୟା ଆର୍ଯ୍ୟସୃଷ୍ଟି ଗତ ଦୁଇ ବର୍ଷ ପୂର୍ବରୁ ମାର୍ଶାଲ ଆର୍ଟ କ୍ରିଡାରେ ମନୋ ନିବେଶ କରିବା ସହିତ ଏଵେ ସଫଳତା ପରେ ସଫଳତା ଅର୍ଜନ କରିଛନ୍ତି।ସାଧାରଣ ଏହାକୁ କରାଟେ ପ୍ରତିଯୋଗିତା କୁହାଯାଉଥିବା ବେଳେ ପ୍ରଥମେ ସେ ଜିଲ୍ଲା ସ୍ତରରେ ସ୍ଵର୍ଣ ପଦକ ହାସଲ କରିଥିଲେ।ପରେ ରାଜ୍ୟ ଓ କଲିକତା ଠାରେ ଅନୁଷ୍ଠିତ ଜାତୀୟ ସ୍ତରର କରାଟେ ପ୍ରତିଯୋଗିତାରେ ଭାଗନେଇ ସ୍ଵର୍ଣ ପଦକ ହାସଲ କରିଛନ୍ତି ଆର୍ଯ୍ୟସୃଷ୍ଟି। ସଂପ୍ରତି ଯାଜପୁର ଠାରେ ଅନୁଷ୍ଠିତ ୧୫ଵର୍ଷରୁ କମ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଭାଗ ନେଇ ସମସ୍ତ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ପୁଣି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି କୁନି ପ୍ରତିଭା। କୋଚ୍ ମନୋରଞ୍ଜନ ଭଞ୍ଜ ଓ ଆହୁଲା ଜଟାଧାରୀ ରାଓଙ୍କ ଠାରୁ ସେ ପ୍ରଶିକ୍ଷଣ ଗ୍ରହଣ କରିଥିବା ବେଳେ ସୁଯୋଗ ଆସିଲେ ଆଗକୁ ଦେଶ ବିଦେଶରେ ଖେଳି ଓଡିଶା ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି ଭଣ୍ଡାରିପୋଖରୀ ବ୍ଲକ ଅଂଚଳର କୁନି ପ୍ରତିଭା ଆର୍ଯ୍ୟସୃଷ୍ଟି ପଟ୍ଟନାୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ