ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର

ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଭଦ୍ରକ ଜିଲାପାଳ ଦୀଲିପ ରାଉତରାଏ ଯୋଗ ଦେଇ ୮୫ ଅଭିଯୋଗର ଶୁଣାଣୀ କରିଥିଲେ । ସେଥିମଧ୍ୟରେ ସରକାରୀ ସହାୟତା ୧୨, ଭତ୍ତା ୬, ରାସନ କାର୍ଡ ୬, ଆର.ଓ.ଆର ସଂଶୋଧନ ୫, ଧାନ ପ୍ରକ୍ରିୟାକରଣ ୪, ରାସ୍ତା ମରାମତି ୪, ପ୍ରଧାନମନ୍ତ୍ରୀ ଆବାସ ୩, ଜବର ଦଖଲ ଉଚ୍ଛେଦ ୩, ଜମିଜମା ୩, ଭୂମିହୀନଙ୍କୁ ପଟ୍ଟା ୩, ଅଙ୍ଗନୱାଡି ୨ ଆଦି ଥିଲା । ସେହିପରି ନାମଜାରୀ, ଥାନା, ପୂର୍ତ୍ତ ବିଭାଗ କାର୍ଯ୍ୟରେ ଦୁର୍ନୀତି, ଜଳ ନିଷ୍କାସନ, ଲେବର କାର୍ଡ ଷ୍ଟାଇପେଣ୍ଡ, ଶିକ୍ଷକ ନିଯୁକ୍ତି, ସ୍ପିଡି ବ୍ରେକର ନିର୍ମାଣ, ପିଏମ କିଶାନ ଓ ସିଏମ କିଶାନ, ବିଦ୍ୟୁତ୍‌, ବିକ୍ରି କବଲା ବାତିଲ, ବସୁନ୍ଧରା ଯୋଜନା, ରାସନ ରାଉଳ, ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ, ରାସ୍ତା ଓ ଚାଷ ଜମିରୁ ଜବର ଦଖଲ ଉଚ୍ଛେଦ, ସିନ୍ଧୁକେଶ୍ୱର ମନ୍ଦିରର ପୁନରୁଦ୍ଧାର, କେନାଲ ପାଣି, ଉଠା ଜଳ ସେଚନ, ପ୍ରଧାନମନ୍ତ୍ରୀ ଆବାସ ବୋନସ ଅର୍ଥ, ଶ୍ରବଣ ଯନ୍ତ୍ର ପ୍ରଦାନ ଆଦି ଅଭିଯୋଗ ରହିଥିଲା । ସେହିପରି ଗତ ୨୪-୩-୨୦୨୫ ଅଭିଯୋଗ ଶୁଣାଣୀରେ ହୋଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ନେଇ ସେଣ୍ଢତୀରା ପଞ୍ଚାୟତ ଆଳମଙ୍ଗା ଗ୍ରାମର ରମେଶ ଜେନା ଅଭିଯୋଗ କରିଥିଲେ । ବସନ୍ତିଆ ସମବାୟ ସମିତିରେ ତାଲା ପକା ଯିବା ସମ୍ବନ୍ଧରେ ସମିତିର ସଭାପତି ବସନ୍ତ କୁମାର ବେହେରା ଓ ଅନ୍ୟ ମାନେ ଅଭିଯୋଗ କରିଥିଲେ । ଚାଇଁପୁର ସମବାୟ ସମିତିରେ ସମ୍ପାଦକ ଓ ସହସମ୍ପାଦକ ନିଯୁ୍‌କ୍ତି କରିବା ନେଇ ସମିତିର ସଭାପତି ଅଜୟ କୁମାର ନାୟକ ଅଭିଯୋଗ କରିଥିଲେ । ବସନ୍ତିଆ ସମବାୟ ସମିତି ବିରୁଦ୍ଧରେ ସୁଶୀଲ କୁମାର ମଇକାପଙ୍କ ସମେତ ଅନ୍ୟ ମାନେ ଅଭିଯୋଗ କରିଥିଲେ । ତୋଡଗାଁ ପିଇଓଙ୍କ ବିରୁଦ୍ଧରେ ରଜନୀ ଶିଅଳ ଅଭିଯୋଗ କରିଥିଲେ । ସମବାୟ ସମିତି ସମ୍ପାଦକଙ୍କ ବିରୁଦ୍ଧରେ ତରାଗୋ ଗ୍ରାମର ନିରଞ୍ଜନ ଖଟୁଆ ଅଭିଯୋଗ କରିଥିଲେ । ଏହି ଶିବିରରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ବେହେରା, ଏଡିଏମ(ରେଭିନ୍ୟୁ) ରବି ନାରାୟଣ ସାହୁ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପ ଜିଲାପାଳ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର(ଜି.ଏମ) ଜ୍ଞାନ ରଞ୍ଜନ ସାହୁ, ବିଡିଓ ସୀତାକାନ୍ତ ରାଉତ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ତହସିଲଦାର ସାରା ହେମ୍ବ୍ରମ, ଡିଏସଏସଓ ସୁବାଷ ଚନ୍ଦ୍ର ନାୟକ, ସିଏସଓ ମନ ମୋହନ ପଟ୍ଟନାୟକ, ସହକାରୀ ଜିଲା ଶ୍ରମ ଅଧିକାରୀ ରତ୍ନାକର ମଲ୍ଲିକ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପରମାନନ୍ଦ ବେହେରା, ଆର.ଡବ୍ଲ୍ୟୁ-୧ ଅଧିକ୍ଷଣ ଯନ୍ତ୍ରୀ ଗଣେଶ ହେମ୍ବ୍ରମ, ଟିପିଏନଓଡିଏଲ ଏସଡିଓ ଦୀପ୍ତି ରଞ୍ଜନ ବିଶ୍ୱାଳ, ସିଡିଭିଓ ହୃଷିକେଶ ବେହେରା, ଡିଏସଡବ୍ଲ୍ୟୁଓ, ଆରଡବ୍ଲ୍ୟୁଏସଏସ ଅଧିକ୍ଷଣ ଯନ୍ତ୍ରୀ, ଡ୍ରେନେଜ୍ ଅଧିକ୍ଷଣ ଯନ୍ତ୍ରୀ, ଜିଲା ମୃତ୍ତିକା ସଂରକ୍ଷଣ ଅଧିକାରୀ, ଜିପିଡିଓ ସୂଚୀସ୍ମିତା ବାରିକ, ଆର.ଡବ୍ଲ୍ୟୁ.ଏସ.ଏସ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ବନ୍ତ ଜଳ ସେଚନ ବିଭାଗ ଏସ.ଡି.ଓ ଦୀପକ କୁମାର ସାମଲ, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, ବିଏସଏସଓ ପ୍ରକାଶ ସାହୁ, ସିଡିପିଓ ଆଲାଦି ମାରାଣ୍ଡି, ଆର.ଡି କନିଷ୍ଠ ଯନ୍ତ୍ରୀ ସୁରଥ ବେହେରା, ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥଙ୍କ ସମେତ ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଭିଯୋଗ ପଞ୍ଜୀକରଣ ଦାୟୀତ୍ୱରେ ଲଳିତ ହେମ୍ବ୍ରମ, ନିତ୍ୟାନନ୍ଦ ନାୟକ ଥିବା ବେଳୋ ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ