ଆର୍ଶୀବାଦଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

କଟକ- ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ୍ ରେ ଥିବା ଓଡିଶା କ୍ରିକେଟ୍ ଆସୋସିଏସନର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଆଜି ହାଇକୋର୍ଟଦେଢ ଲକ୍ଷଟଙ୍କା ଦୁଇ ଜାମିନଦାରଙ୍କ ବଦଳରେ ଜାମିନ୍ ମିଳିଛି । ସ୍ୱସ୍ଥ୍ୟା ଗତ ସମସ୍ୟା ଦେଖାଦେବାରୁ ସେ କଟକ ଏସସିବିରେ ରେ ଆଡ୍‌ମିଟ ହୋଇଛନ୍ତି । ଜାମିନ୍ ଦେବା ପୂର୍ବରୁ କୋର୍ଟ ଅନେକ ସର୍ତ୍ତ ରଖିଛନ୍ତି । ସେ ତାଙ୍କର ପାର୍ସ ପୋର୍ଟ କୁ କୋର୍ଟରେ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ସହିତ ସାକ୍ଷୀ ମାନଙ୍କୁ ପ୍ରଭାବିତ ନକରିବା ଏବଂ ତଦନ୍ତ ପ୍ରକ୍ରିୟାରେ ସହଯୋଗ ପାଇଁ ସର୍ତ୍ତ ରହିଛି । ସୂଚନାଥାଉକ ଗତ ୧୯ ତାରିଖରେ ଆର୍ଶୀବାଦଙ୍କୁ ଗିରଫ କରିଥିଲା ସିବିଆଇ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ