ଆର୍ସେଲର ନିପ୍ପନ ମିତ୍ତଲ ଷ୍ଟିଲ୍ ବିରୁଦ୍ଧରେ ତେଜିଲା ଜନ ଆନ୍ଦୋଳନ

ପାରାଦୀପ, (ପୀତବାସ ପ୍ରଧାନ) :ପାରାଦୀପ ଉପକଣ୍ଠରେ ଏସାର ଷ୍ଟିଲ୍ ଇଣ୍ଡିଆ ତାର ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ପରେ କମ୍ପାନୀ ତାର ଏହି ୟୁନିଟ୍ କୁ ଆର୍ସେଲର ନିପ୍ପନ ମିତ୍ତଲ କମ୍ପାନୀକୁ ହସ୍ତାନ୍ତରିତ କରି ଯାଗା ଛାଡି ଚାଲି ଯାଇଛି । ଏସାର କମ୍ପାନୀ ତାର ପ୍ଲାଣ୍ଟ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲା । ଉଦୟବଟ ମୌଜାର ହାଣ୍ଡିଆ, ନୂଆଗଡ, ବାଲିଡିଆ ଗ୍ରାମର ଜମି ଅଧିଗ୍ରହଣ କରିବା ପରେ ଏସାର ତାର ଉତ୍ପାଦନ କରିଥିଲା । ହେଲେ ଅଧିଗ୍ରହଣ ହୋଇଥିବା ଅନେକ ଅଂଚଳକୁ କମ୍ପାନୀ ତା ଅଧିନକୁ ନେଇ ନଥିଲା । ଏସାର ଜମି ଅଧିଗ୍ରହଣ ପରେ ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ, ବିସ୍ଥାପନ ଓ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ଭୂଲି ଯାଇଥିଲା । ଜମିହରା, ବିସ୍ଥାପିତଙ୍କୁ ନିଯୁକ୍ତି ଦେବା ପାଇଁ କୌଣସି ପ୍ରକାରର କାର୍ଯ୍ୟ କରି ନଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏବେ ଆର୍ସେଲର ନିପ୍ପନ ମିତ୍ତଲ କମ୍ପାନୀ ଏହି କାରଖାନା କୁ ଅଧିଗ୍ରହଣ କରିବା ପରେ କମ୍ପାନୀ ତାର ପାଚେରୀ ନିର୍ମାଣ ଆରମ୍ଭ କରିଛି । ଉଦୟବଟ ମୌଜାର ମୁଣ୍ଡକାଟ, ବେଲାରୀ ସଂଲଗ୍ନ ଅଂଚଳକୁ ପାଚେରୀ ନିର୍ମାଣ ଆରମ୍ଭ କରିଛି । ଏହାକୁ ବିରୋଧ କରୁଛନ୍ତି ସ୍ଥାନୀୟ ଜନସାଧାରଣ । ଗୁରୁବାର ଦିନ ସେଠାରେ ଶତାଧିକ ପୁରୁଷ ଓ ମହିଳା ଏକତ୍ର ହୋଇ ଆର୍ସେଲର ନିପ୍ପନ ମିତ୍ତଲ କମ୍ପାନୀର ଏତାଦୃଶ କାର୍ଯ୍ୟକୁ ବିରୋଧ କରିଛନ୍ତି । ୨୦୦୮ ମସିହାରେ ଜମି ଅଧିଗ୍ରହଣ ପରେ ଏହାକୁ ଏସାର ଷ୍ଟିଲ ଅଧିଗ୍ରହଣ କରିଥିଲେ ବି ସେଟାରେ କୌଣସି ନିର୍ମାଣ କାର୍ଯ୍ୟ କରିନଥିଲା । ତେଣୁ ଯେହେତୁ ଏସାର ଷ୍ଟିଲ୍ କୌଣସି ନିର୍ମାଣ କରି ନାହିଁ, ଜମି ଅଧିଗ୍ରହଣକୁ ୧୩ ବର୍ଷ ଅତିକ୍ରମ ହେଲାଣି ତେଣୁ ରାଜ୍ୟ ସରକାରଙ୍କ ଆର୍‌.ଆର. ପଲିସି ହିସାବରେ ଏହି ଜମି ଚାଷିଙ୍କ ପାଖକୁ ଫେରିବା କଥା । ଆର୍ସେଲର ନିପ୍ପନ ମିତ୍ତଲ କମ୍ପାନୀର ଏହି ପାଚେରୀ ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ୍ ବୋଲି କହିଛନ୍ତି ବାଲିଡିଆ ଗ୍ରାମର ସୁଶାନ୍ତ କୁମାର ପଟ୍ଟନାୟକ । କମ୍ପାନୀ ଜମିହରାଙ୍କୁ ନିଯୁକ୍ତି ଦେଇନାହିଁ, କି ବିସ୍ତାପିତଙ୍କୁ ଥଇଥାନ କରିନାହିଁ । କମ୍ପାନୀ ଆଗ ବିସ୍ଥାପିତଙ୍କୁ ଥଇଥାନ କରୁ ପରେ ପାଚେରୀ ନିର୍ମାଣ କରୁ ବୋଲି ଦାବୀ କରିଛନ୍ତି ପ୍ରଭାକର ଚୌଧୁରୀ । ଏହି ବିରୋଧରେ ସାମିଲ ମହିଳାମାନେ କହିଛନ୍ତି କମ୍ପାନୀକୁ ଆମେ ପାଚେରୀ ତିଆରି କରେଇ ଦେବୁନି । ଏସାର କମ୍ପାନୀ ଆମକୁ ଯେପରି ଧୋକା ଦେଇଛି ଆଉ ଏବେ ଆର୍ସେଲର ନିପ୍ପନ ମିତ୍ତଲ କମ୍ପାନୀ ଆଉ ଏକ ସଂସ୍ଥା ଏସାର କମ୍ପାନୀ ଯାଗା ନେଇଥିଲା, କାରଖାନା ନେଲା ହେଲେ ତା ନାଁରେ ଏ ଜମି କିପରି ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନରେ ସାମିଲ ହୋଇଥିବା ମହିଳାମାନେ । କମ୍ପାନୀ ଆମ ଦାବୀ ପୂରଣ ନ କଲେ ଆମେ ତାକୁ ଏଠି ପାଚେରୀ ତିଆରି କରେଇ ଦେବୁ ନାହିଁ ବୋଲି ରୋକ୍ ଠୋକ୍ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ