ଆର.ଉଦୟଗିରିରେ ମାଦୁର୍ଗାଙ୍କ ପୂଜା ଲାଗି ଶୁଭ ଖୁଣ୍ଟି ସ୍ଥାପନ

ଆର.ଉଦୟଗିରି, (ଦେବାଶିଷ କାର୍ଜି):ଗଜପତି ଜିଲ୍ଲା ଆର.ଉଦୟଗିରି ସହରରେ ମା ଦୁର୍ଗାଙ୍କ ପୂଜା ଲାଗି ଶୁଭ ଖୁଣ୍ଟି ସ୍ଥାପନ କରିଛନ୍ତି ଉକ୍ତ ପୂଜା କାର୍ଯ୍ୟ ସ୍ଥାନୀୟ ଜଗନ୍ନାଥ ଓ ମାଣିକେଶ୍ବରୀ ମନ୍ଦିର ସମ୍ମୁଖରେ ଉକ୍ତ ଦୁର୍ଗା ପୂଜା ଲାଗି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସରକାରଙ୍କ ନିୟମ ଅନୁସାରେ ପୂଜା କରିବା ଲାଗି ଆର.ଉଦୟଗିରି ପୂଜା କମିଟି ନିଷ୍ପତି ନେଇଥିବା ବେଳେ ଚାରି ଫୁଟ ମଧ୍ୟରେ ମା ଦୁର୍ଗାଙ୍କ ପ୍ରତିମୁର୍ତି କରି ନିରାଡ଼ମ୍ବର ଭାବେ ପୂଜା କରିବା ଲାଗି ନିଷ୍ପତି ନେଇଛି ଆର.ଉଦୟଗିରି ପୂଜା କମିଟି ଓ ସହର ବାସି ଉକ୍ତ ଶୁଭ ଖୁଣ୍ଟି ସ୍ଥାପନ ବେଳେ ପୂଜା କାର୍ଯ୍ୟରେ ଗୌର ମିଶ୍ର, ନିତେଇ ମିଶ୍ର , ରଞ୍ଜନ ମିଶ୍ର ଓ ମିହିର ଦାସ ଶର୍ମା ପ୍ରମୁଖ ଯୋଗ ଦେଇ ମନ୍ତ୍ର ଧ୍ୱନିରେ ପୂଜାକାର୍ଯ୍ୟ କରିଥିଲେ ଶୁଭ ଖୁଣ୍ଟି ସ୍ଥାପନ ବେଳେ ସମସ୍ତ ପୂଜା କର୍ମି ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ