ଆର.ଉଦୟଗିରିରେ ମା ଦୁର୍ଗାଙ୍କ ବେଲବରଣ ପୂଜା ଅନୁଷ୍ଠିତ
ଆର.ଉଦୟଗିରି, (ଦେବାଶିଷ କାର୍ଜି):ଗଜପତି ଜିଲ୍ଲା ଆର.ଉଦୟଗିରି ସହରରେ ମା ଦୁର୍ଗାଙ୍କ ସପ୍ତମୀ , ଅଷ୍ଟମୀ , ନବମୀ ପୂଜା ନେଇ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଷଷ୍ଠି ସନ୍ଧ୍ୟାରେ ଅର୍ଥାତ ଆଜି ସ୍ଥାନୀୟ ଘୁରୁଣା ଘାଟି ଉପରେ ଥିବା ବେଲ ଗଛ ମୂଳେ ମାଙ୍କୁ ରୀତି ନିତି ନିୟମ ପ୍ରକାରେ ପୂଜା ପାଠ କରି ମା ଦୁର୍ଗାଙ୍କୁ ଆବାହନ କରି ବେଲ ବରଣ କରି ଅସ୍ଥାୟୀ ଦୁର୍ଗା ପୂଜା ମଣ୍ଡପକୁ ପାଛୋଟି ଆଣିଥିଲେ ତେବେ ସରକାରଙ୍କ କୋଭିଡ କଟକଣା ନିୟମ ପ୍ରକାରେ ଚଳିତ ବର୍ଷ ମାଇକ ଧ୍ୱନି ବନ୍ଦ କରିବା ସାଙ୍ଗକୁ ସମସ୍ତ କଟକଣା ନିୟମକୁ ପାଳନ କରି ପୂଜା କରିବା ନେଇ ସୂଚନା ଦେଇଛନ୍ତି ଆର.ଉଦୟଗିରି ଦୁର୍ଗା ପୂଜା କମିଟି ସଦସ୍ୟ


