ଆର ଡି କାର୍ଯ୍ୟାଳୟ ରେ ଭିଜିଲାନ୍ସ ଚଢ଼ାଉ
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେଉରୀଙ୍କ ନିଜସ୍ୱ ଗାଁ ଢେଙ୍କାନାଳ ଓ ଚନ୍ଦ୍ରଶେଖରପୁର ସ୍ଥିତ ବାସଗୃହରେ ଭିଜିଲାନ୍ସ ଚଢ଼ାଉ ପରେ ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗରେ ତାଙ୍କ କାର୍ଯ୍ୟାଳୟରେ ଭୁବନେଶ୍ୱରର ୫ଜଣିଆ ଭିଜିଲାନ୍ସ ଟିମ ଚଢ଼ାଉ କରି କାଗଜ ପତ୍ର ଯାଞ୍ଚ କରିଛନ୍ତି । ଭିଜିଲାନ୍ସ ଟିମ ଭୁବନେଶ୍ୱର ର ଶୈଳଶ୍ରି ବିହାର, ଚନ୍ଦ୍ରଶେଖରପୁର ଠାରେ ତାଙ୍କ ର ଥିବା କୋଠା, ଢେଙ୍କାନାଳ ର ସପ୍ତଶଯ୍ୟା, ଢେଙ୍କାନାଳ ସହର ର ୩ଟି କୋଠା, ପୈତୃକ ଗାଁ ଗୁନଦେଇ ପ୍ରଭୁତି ୭ଟି ସ୍ଥାନରେ ଏକ କାଳୀନ ଚଢାଉ ଜାରି ରଖିଛନ୍ତି ।