ଆର ପାରିରେ ଗଢଗ୍ରାମର ଶ୍ରୀ ଶ୍ରୀ ଐଶ୍ଵାନେଶ୍ବର ଶିବ ମନ୍ଦିର ମୁଖ୍ୟ ଲିଟୁ ନନା
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ରାଜା ରୁଜୁଡା ଅମଳର ବହୁ ପ୍ରାଚୀନ ଶୈବ ପୀଠ ଗଢ ଗ୍ରାମର ବାବା ଶ୍ରୀ ଶ୍ରୀ ଐଶ୍ଵାନେଶ୍ଵର ମନ୍ଦିର ର ମୁଖ୍ୟ ପୂଜକ ସଞ୍ଜୟ ପଣ୍ଡା (୪୮) ଲିଟୁ ନନା ନାମରେ ପରିଚିତ ।ସୋମବାର ରାତି ୩ ଟା ପାଖାପାଖି ସମୟରେ ଲିଟୁନନା ନିଜ ବାସ ଭବନରେ ଶୋଇଥିବାବେଳ ହୃଦଘାତର ଶିକାର ହୋଇଥିଲେ ।ଲିଟୁ ନନା ରାତି ୩ ଟା ପାଖାପାଖି ସମୟରେ ଅସୁସ୍ଥତା ଅନୁଭବ କରିବା ସହ ଵାନ୍ତି କରିଥିଲେ । ଗୁରୁତର ଅସୁସ୍ଥତି ଯୋଗୁଁ ଗାଁ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନା କୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ପରେ ତାଙ୍କୁ ତାଙ୍କ ପୈତୃକ ଗ୍ରାମ ଵହଳଦା ବ୍ଳକର କୁଲଗି ଗ୍ରାମକୁ ନିଆ ଯାଇଥିଲା । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଗଢ ଗ୍ରାମର କାଳୀ ଚରଣ ସାହୁ, ଗୋଲକ ମହାନ୍ତି, ବୁଲୁ, ବୁବୁନ ସମେତ ଗ୍ରାମବାସୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଲିଟୁ ନନାଙ୍କ ୩ ପିଢ଼ି ଏହି ମନ୍ଦିରରେ ପୂଜାର୍ଚ୍ଚନା କରି ଆସୁଥିଲେ ।ଲିଟୁ ନନା ଜଣେ ଅମାୟିକ, ମିଷ୍ଟଭାଷୀ, ଆଧ୍ୟାତ୍ମଵାଦୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ଅକାଳ ବିୟୋଗରେ ଗଢ ଏବଂ କୁଲଗି ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି ।ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ଶିବ ଭକ୍ତ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।