ଆର.ବି.ଏସ.କେ ଦ୍ୱାରା ୭ଶିଶୁଙ୍କୁ ହୃଦରୋଗ ଅସ୍ତ୍ରପ୍ରଚାର ପାଇଁ କଲିକତା ପଠାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜନ୍ମଗତ ହୃଦରୋଗର ଅସ୍ତ୍ର ପ୍ରଚାରପାଇଁ ୭ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇ କଲିକତା ସ୍ଥିତ ନାରାୟଣ ହୃଦୟାଳୟ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଏହି ଶିଶୁମାନଙ୍କୁ ଜିଲାର ବିଭିନ୍ନ ବ୍ଲକସ୍ତରରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍‌.ବି.ଏସ୍‌.କେ.) ମାଧ୍ୟମରେ ମୋବାଇଲ ହେଲ୍‌ଥ ଟିମ୍ ଯାଇ ଚିହ୍ନଟ କରିି ଆର୍‌.ବି.ଏସ୍‌.କେ. ମାଧ୍ୟମରେ ପଠାଯାଇଥିବା ଜଣାପଡିଛି । ଏହି ସଫଳତାପାଇଁ କାର୍ଯ୍ୟକ୍ରମର ଜାତୀୟ ମିଶନ ନିର୍ଦ୍ଦେଶକ ସାଳିନୀ ପଣ୍ଡିତ, ଗଜପତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୁନୁରାଣୀ ପଟ୍ଟନାୟକ ଜିଲା ସ୍ୱାସ୍ଥ୍ୟ ପ୍ରକଳ୍ପ ପରିଚାଳକ ସୌମ୍ୟାରାଣୀ ଗୌଡ, ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପି.କେ. ପାତ୍ର, ଆର୍‌.ବି.ଏସ୍‌.କେ. ମ୍ୟାନେଜର ସାଇ ପ୍ରସାଦ ଦାସ ପ୍ରମୁଖଙ୍କୁ ବିଭିନ୍ନ ମହଲରୁ ଧନ୍ୟବାଦ ଦିଆଯାଇଛି । ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଶିଶୁମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇ ପଠାଇବାପାଇଁ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଉଦ୍ଦ୍ୟେମ ଜାରୀ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ