ଆଲିହା ଠାରେ ବିଜେପିର ମିଶ୍ରଣପର୍ବ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ ଆଲିହା ଠାରେ ବିଜେପିର ଏକ କର୍ମୀ ସମ୍ମିଳନୀ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଯୋଗଦେଇ ପଞ୍ଚାୟତ ନିର୍ବାଚନ ପାଇଁ କର୍ମୀମାନଙ୍କୁ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟଦଳର ବରିଷ୍ଠ କର୍ମୀ ଗୌରାଙ୍ଗ ପାତ୍ର, ଗଗନ ଶଙ୍ଖୁଆ, ବିରଞ୍ଚି ଶଙ୍ଖୁଆ, ସୂର୍ଯ୍ୟମଣୀ ଶଙ୍ଖୁଆ, ତପନ ସେନାପତି, ମାନସ ରାଉତ, ପ୍ରଦୀପ ସେନାପତି, ଧର୍ମେନ୍ଦ୍ର ରାଉତ, ସୁଶାନ୍ତ ଜେନା, ଦିଲ୍ଲୀପ ସେନାପତି ବିଦ୍ୟାଧର ସାମଲ, ପ୍ରକାଶ ପାତ୍ର ପ୍ରମୁଖ ବିଜେପିରେ ଯୋଗଦାନ କରିଥିଲେ । ଏହି ଅବସରରେ ଶ୍ରୀଧଳ ସେମାନଙ୍କୁ ଦଳୀୟ ବସ୍ତ୍ର ଦେଇ ସ୍ୱାଗତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ବରିଷ୍ଠ ବିଜେପି ନେତା ଭୀମସେନ ନାୟକ, ରାମଚନ୍ଦ୍ର ସେନାପତି, ମୁକୁନ୍ଦ ମଲ୍ଲିକ, ଅଜିତ ପତି, ନିରଞ୍ଜନ ପୁହାଣ, ସୁଦର୍ଶନ ସାମଲ, ସ୍ୱାଧୀନ ସ୍ୱାଇଁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ