ଆଲୁଅ ଲିଭିଗଲା

(ଯୁଗାବ୍ଦ ନ୍ୟୁଜ)-ପ୍ରଧାନମନ୍ତ୍ରୀ ମହାଶୟ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ ,ମୁଁ ମୋ ଜୀବନର ଏହି ସ୍ମରଣୀୟ ମୁହୁର୍ତ୍ତ କୁ ଅପେକ୍ଷା କରିଥିଲି । ଜାମ୍ମୁ ଓ କାଶ୍ମୀରରୁ ୩୭୦ ଉଚ୍ଚେଦ ହୋଇଥିବାରୁ ମୁଁ ବହୁତ ଖୁସି । ଏହା ଦ୍ୱାରା କାଶ୍ମୀର ବାସୀ ଙ୍କୁ ନ୍ୟାୟ ମିଳିବ ବୋଲି ମୁଁ ଆଶା କରୁଛି । ମୃତ୍ୟୁ ର ଠିକ ୩ ଘଣ୍ଟା ପୂର୍ବ ରୁ ଏହା ଥିଲା ଅଗ୍ନୀବର୍ଷି ନେତ୍ରୀ ତଥା ଭାରତ ର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଙ୍କ ର ଶେଷ ଲେଖା । ଏବଂ ନିଜର ଟ୍ୱିଟର ପେଜ ରେ ଏହା ଥିଲା ଜୀବନ ର ଶେଷ ମନ୍ତବ୍ୟ । ସତେ ଯେପରି ମୃତ୍ୟୁ ସହ ସଂଗ୍ରାମ କରୁଥ୍ିବା ସୁଷମା ଏହି ଖବର ଟି ଶୁଣିବା ପାଇଁ ଅପେକ୍ଷା କରିଥିଲେ । ଆଉ ତା ପରେ ଯାହା ହେଲା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ନୂଆ ଦିଲ୍ଲୀ ସ୍ଥିତ ଏମସ ହସ୍ପିଟାଲ ରେ ଇହଲୀଳା ସମ୍ବରଣ କରିଛନ୍ତି ସୁଷମା । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ହାର୍ଟ ଆଟାକ ପରେ ତାଙ୍କୁ ହସ୍ପିଟଲ ରେ ଭର୍ତ୍ତି କରାଯାଇଥିସା । ୫ ଜଣ ଡାକ୍ତର ତାଙ୍କ ଚିକିତ୍ସା ରେ ନିୟୋଜିତ ହୋଇଥିଲେ । ମୋଦି ସରକାର ରେ ବୈଦେଶିକ ମନ୍ତ୍ରୀ ଭାବେ ସୂଚାରୁ ରୂପେ ଦାୟୀତ୍ୱ ତୁଲାଉଥିବା ସୁଷମା ପ୍ରବାସୀ ଭାରତୀୟ ଙ୍କ ମଧ୍ୟରେ ଖୁବ ଲୋକପ୍ରିୟତା ହାସଲ କରିଥିଲେ ।

ସୁଷମା ଙ୍କ ଜନ୍ମ-

୧୯୫୨ ମସିହା ଫେବୃୟାରୀ ୧୪ ତାରିଖରେ ହରିୟାନା ସ୍ଥିତ ଅମ୍ବାଲା କାନ୍ତ ଗ୍ରାମ ରେ ଶ୍ରୀମତୀ ଲକ୍ଷ୍ମୀ ଦେବୀ ପିତା ହରଦେବ ଶର୍ମା ଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ ଏହି ମହିୟଶୀ ମହିଳା । ତାଙ୍କ ପିତା ଆରଏସଏସ ସଂଘ ର ଜଣେ ବିଶିଷ୍ଟ ସଦସ୍ୟ ଥିଲେ । ତାଙ୍କ ପିତାମାତା ପାକିସ୍ଥାନ ର ଲାହୋର ସ୍ଥିତ ଧର୍ମପୁର ସ୍ଥାନର ବାସିନ୍ଦା ଥିଲେ ।
ସୁଷମା ଙ୍କ ଶିକ୍ଷା –
ସେ ଅମ୍ବାସା ସ୍ଥିତ ସନ୍ତାନ ମହା ବିଦ୍ୟାଳୟରେ ସେ ସଂସ୍କୃତ ଓ ରାଜନୀତି ବିଜ୍ଞାନରେ ସ୍ନାତ୍ତୋକ ଡିଗ୍ରୀ ହାସଲ କରିଥିଲେ । ପରେ ସେ ଓକିଲାତି ପଢିବା ପାଇଁ ଚଣ୍ଡିଗଡ ଆସିଥିଲେ ।
ସୁଷମା ଙ୍କ ଲଭଷ୍ଟୋରୀ –

ସେ ଜଣେ ଅଗ୍ନିବର୍ଷି ନେତ୍ରୀ ପ୍ରଖର ବକ୍ତା , ବୁଦ୍ଧିମାନ , ସକରାତ୍ମକକ ଚିନ୍ତାଧାର ରଖୁଥିବା ସୁଷମା ତାଙ୍କ କଥା ବାର୍ତ୍ତା ,ଚାଲିଚଳନି,ଭେଷଭୁଷା ଦେଖିଲେ ଲାଗେ ସାରା ବିଶ୍ୱ ରେ ସେ ଭାରତୀୟ ସଂସ୍କୃତି ର ଛାପ ଛାଡିଯାଇଛନ୍ତି । ଆଉ ଭାରତୀୟ ରାଜନୀତି ରେ ସେ ସମସ୍ତ ଙ୍କ ପାଇଁ ଆଦର୍ଶ ହୋଇ ରହିବେ । ସୁଷମା ଙ୍କ ରାଜନୀତିକ ଜୀବନ ଓ ତାଙ୍କ ସଫଳତା ବିଷୟରେ ସମସ୍ତ ଙ୍କୁ ଜଣା କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ର କିଛି ଅକୁହା କଥା ଆଜି ସମସ୍ତ ଙ୍କ ପାଇଁ ଅଜଣା । ୧୯୭୫ ମସିହା କଥା ଯେତେବେଳେ ସେ ଆଇନ ର ଛାତ୍ରୀ ଥିଲେ ସେତେବେଳେ ଦେଖାହୁଏ ସ୍ୱରାଜ କୈଶଳ ଙ୍କ ସହ । ଆଉ ପ୍ରଥମ ଦେଖା ରେ ନିଜର ମନ ଦେଇ ବସିଲେ ସୁରଜ ଙ୍କୁ ।ସ୍ୱରାଜ ଦେଶର ଜଣେ ପ୍ରତିଷ୍ଠିତ ଓକିଲ । ପରବର୍ତ୍ତି ସମୟରେ ଏହି ବନ୍ଧୁତା ପ୍ରେମ ରେ ପରିଣତ ହେଲା । ଆଉ ଯେତେବେଳେ ସୁପ୍ରିମ କୋର୍ଟ ରେ କାମ କରିବାକୁ ଆରମ୍ବ କଲେ ସେତେବେଳେ ତାଙ୍କ ସମ୍ପର୍କ ଆହୁରି ସୁଦୃଢ ହେଲା । ମାତ୍ର ପ୍ରେମ ବିବାହ କୁ ସୁଷମା ଙ୍କ ବାପା ହରଦେବ ଶର୍ମା ପ୍ରଥମେ ରାଜି ହେଉ ନଥିଲେ । କାରଣ ସୁଷମା ଙ୍କ ଜନ୍ମ ହରିୟାଣା ରେ ହୋଇଥିଲା । ସେହି ସମୟ ରେ ହରିୟାଣା ର ଝିଅ ମାନେ ପ୍ରେମ ବିବାହ କରୁନଥିଲେ । ହେଲେ ଶେଷରେ ୧୯୭୫ ଜୁଲାଇ ୧୩ ତାରିଖରେ କୈଶଳ ଙ୍କୁ ବିବାହ କରିଥିଲେ ।

ରାଜନୈତିକ ଜୀବନ –

-ସୁଷମା ଜୟ ପ୍ରକାଶ ନାରାୟଣ ଙ୍କ ସହ କାର୍ଯ୍ୟ କରି ବିଜେପି ର ଜଣେ ସୁସଂଗଠକ ଭବେ ନିଜର ପାରଦର୍ଶିତା ଦେଖାଇ ଥିଲେ ।
-ଦିଲ୍ଲୀ ର ପ୍ରଥମ ମହ୍ିଳା ମୁଖ୍ୟମନ୍ତ୍ରୀ ପ୍ରଥମ ବିରୋଧୀ ଦଳ ନେତ୍ରୀ
-ତାଙ୍କୁ ଯେତେବେଳେ ୨୫ ବର୍ଷ ହୋଇଥିଲା ସେ କମ ବୟସ ରେ ହରିୟାନ ର କ୍ୟାବିନେଟ ମନ୍ତ୍ରୀ ଥିଲେ ।
-ବାଜପେୟୀ ଙ୍କ ସରକାର ସୂଚନା ପ୍ରସାରଣ ମନ୍ତ୍ରୀ ।
-ମାତ୍ର ୨୭ ବର୍ଷ ବୟସରେ ସେ ହରିୟାଣା ର ବିଜେପି ଅଧକ୍ଷା ହୋଇପାରିଥିଲେ ।
-ସେ ପ୍ରଥମ ନେତ୍ରୀ ଯିଏ ଜାତୀୟ ପାର୍ଟି ର ପ୍ରଥମ ମୁଖପାତ୍ର ହୋଇଥିଲ ।
-ସେ ୧୧ ଥର ନିର୍ବାଚନ ଲଢିଥିଲେ , ୩ ଥର ବିଧାନସଭା କୁ ଓ ୭ ଥର ସଂସଦ କୁ ନିର୍ବାଚିତ ହୋଇଥିଲେ ।
-ଇନ୍ଦିରା ଗାନ୍ଧୀଙ୍କ ପରେ ଦ୍ୱିତୀୟବାର ବୈଦେଶିକ ମନ୍ତ୍ରୀ ଥିଲେ ।
-ସେ ପ୍ରଥମ ମହିଳା ଯାହାଙ୍କୁ ଆଉଟ ଷ୍ଟାଣ୍ଡିଙ୍ଗ ସମ୍ମାନରେ ସମ୍ମାନ୍ିତ ହୋଇଥିଲେ ।

-ବୈଦେଶିକ ମନ୍ତ୍ରୀ ହେବା ପରେ ୭ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି-

୧.କୁଳଭୂଷଣ ମାମଲା କୁ ଅନ୍ତଜାର୍ତିକ ଅଦାଲତ ରେ ପହଁଚାଇବା ।
୨.ମାସୁଦ ଆଜାହର ଙ୍କୁ ଆର୍ନ୍ତାଜାତିକ ଆତଙ୍କବାଦୀ ଘୋଷଣା କରିବା ।
୩. ୟେମେନ ୪ହଜାର ଭାରତୀୟଙ୍କୁ ଉଦ୍ଧାର ।
୪.ସୁଦାନ ଙ୍କୁ ୧୫୦ ଓ ଲିବିଆ ରୁ ୨୯ ଭାରତୀୟ ଙ୍କୁ ଉଦ୍ଧାର ।
୫. ଗୀତା ଙ୍କୁ ପାକିସ୍ଥାନ ରୁ ଭାରତ ଆଣିଥିଲେ ।
୬. ଲାହୋର ର ଶିଶୁଙ୍କୁ ମେଡିକାଲ ଭିସା ଦେଇ ପାକିସ୍ଥାନ ର ହୃଦୟ ଜିତିଥିଲେ ।
୭. ଇରାକ ରେ ଫସୀ ଥିବା ୫୬ ଭାରତୀୟ ନର୍ସ ଙ୍କୁ ଭାରତ ଫେରାଇ ଆଣିଥିଲେ ।
ଦୁନିଆ ଛାଡି ସାରିଛନ୍ତି ସୁଷମା କିନ୍ତୁ ତାଙ୍କର ଉତ୍ସାହ ସମ୍ବେଦନା ଭରା ସ୍ୱଭାବ ପାଇଁ ସମସ୍ତ ଙ୍କ ପାଇଁ ପ୍ରୀୟ ର ଭାଜନ ହୋଇପାରିଥିଲେ । ତାଙ୍କର ଦୃଢ ସଂକଳ୍ପ ଆଜି ବି ଅନେକ ନେତା ଙ୍କୁ ଆକୃଷ୍ଟ କରେ ନିଜର କହୋଭରା କଣ୍ଠ ରେ ବର୍ଷିୟାନ ବିଜେପି ନେତା ଲାଲାକୃଷ୍ଣ ଆଡଭାନି କହିଛନ୍ତି ଏମିତି କୈଣସି ଜନ୍ମ ଦିନ ନାହିଁ ସେ ମୋପାଇଁ ମୋ ପସନ୍ଦ ର ଚକଲେଟ କେକ ନ ଆଣିଛନ୍ତି । ବିଜେପି ର ଅନେ କ ନେତା ତାଙ୍କ ମୃତ୍ୟୁ କରେ ମ୍ରିୟମାଣ ହୋଇପଡିଛନ୍ତି ।

Spread the love

One thought on “ଆଲୁଅ ଲିଭିଗଲା

  • 08/08/2019 at 3:32 am
    Permalink

    ବଢିଆ ହେଇଛି ଦୀପ୍ତି ଭାଇ । carry on

    Reply

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ