ଆଲୋକମାଳାରେ ଝଲସୁଛି ବିଜିପୁର ଦୂର୍ଗା ମଣ୍ଡପ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ରେଶମ ସହର ବ୍ରହ୍ମପୁରର ସର୍ବ ପୁରାତନ ପୂଜା ମଣ୍ଡପ ହେଉଛି ବିଜିପୁର । ପୂଜା ମଣ୍ଡପ ରେ ମହିଷାମର୍ଦିନୀ ଦୂର୍ଗାଙ୍କ ଦର୍ଶନ ପାଇଁ ଦର୍ଶନ କରିବା ପାଇଁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବିଜିପୁର ଦୂର୍ଗା ମଣ୍ଡପ ୧୯୬୩ ମସିହାରେ ମା ଙ୍କ ଅସ୍ଥାୟୀ ମଣ୍ଡପ ରହିଥିବା ବେଳେ ପୂର୍ବରୁ ଫଟୋ ପୂଜାକରି ନବରାତ୍ର ପୂଜା ଶ୍ରଦ୍ଧାଳୁ ମାନେ ପାଳନ କରୁଥିବା ବେଳେ ବହୁ ବର୍ଷ ଧରି ମାଁ ଙ୍କ ମୁର୍ଣ୍ଣୟ ମୁର୍ତ୍ତୀକୁ ପୂଜାର୍ଚ୍ଚନା କରାଯାଇ ପାଳନ କରାଯାଉଛି । ଆଲୋକ ମାଳା ସାଙ୍ଗକୁ ସୁସଜ୍ଜିତ କରାଯାଇଥିବାରୁ ବିଜିପୁର ଦୂର୍ଗା ମଣ୍ଡପ ବେଶ ଚଳଚଞ୍ଚଳ ରହିଛି । ମାଁ ଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ମାନସିକ କରିଲେ ଶ୍ରଦ୍ଧାଳୁ ମାନଙ୍କର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ