ପୋଲିସ ଏନକାଉଣ୍ଟରରେ ୨ଅପରାଧୀ ଆହତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରପଡା ଜିଲ୍ଲା ମାର୍ଶାଘାଇ ଥାନା ପୋଲିସ ଏନ କାଉଣ୍ଟର କରିଛି । ଏନ୍ କାଉଣ୍ଟରରେ ଦୁଇ ଅପରାଧିଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତଙ୍କୁ ଆହାତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିହୋଇଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଗତ କିଛିଦିନ ତଳେ ମାର୍ଶାଘାଇ ଥାନା ଅନ୍ତର୍ଗତ ମଣିକୁଣ୍ଡା ଗ୍ରାମ ରାସ୍ତାରେ ଗଗନ ବିହାରୀ ସାହୁ ନାମକ ଏକ ଔଷଧ ବ୍ୟବସାଇଙ୍କୁ ଗୁଳି ମାରି ହତ୍ୟା କରିଥିବା ମାମଲାର ମୁଖ୍ୟ ଅଭିଯୁକ୍ତ ମଣିକୁଣ୍ଡା ଗ୍ରାମର ଭେଲୁ ଓରଫ ଅନନ୍ତ ଜେନା ଓ ଭେଲୁର ସହଯୋଗି ମାଣିତ୍ରୀ ଗ୍ରାମର ମିଟୁନା ଓରଫ ପ୍ରଭାତ ନାୟକ । ସେହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲା ଭେଲୁ ଏବଂ ମିଟୁନା ତାକୁ ସହଯୋଗ କରିଥିଲା । ପୂର୍ବରୁ ଏହି ହତ୍ୟାକାଣ୍ଡରେ ୯ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏବେ ଏନକାଉଁଟରେ ୨ଜଣକୁ ମିସାଇ ୧୧ଜଣ ସେହି ହତ୍ୟାକାଣ୍ଡରେ ସାମିଲ ଥିବା ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦି ବେହେରା କହିଛନ୍ତି । ମାର୍ଶାଘାଇ ଥାନା ଅଧିକାରୀ ଶ୍ରୀ ବେହେରା ଖବର ପାଇ ମାର୍ଶାଘାଇ କ୍ରସିଂ ନିକଟରେ ଜଗିରହିଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୩ଟା ସମୟରେ ହଠାତ ଏହି ଦୁଇ ଅପରାଧୀଙ୍କ ସହ ପୋଲିସର ମୁହାଁମୁହିଁ ହେବାରୁ ସେମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହୋଇଯିବାକୁ ଉଦ୍ୟମ କରିବାରୁ ମାର୍ଶାଘାଇ ଥାନା ଅଧିକାରୀ ଶ୍ରୀ ବେହେରା ବାଧ୍ୟ ହୋଇ ଆତ୍ମରକ୍ଷା ନିମନ୍ତେଭେଲୁ ଓ ମିଟୁନା ଉପରକୁ ୪ରାଉଣ୍ଡ ଗୁଳି ଚଳାଇଥିଲେ । ଭେଲୁର ଦୁଇଟି ଗୋଡରେ ୨ଟି ଗୁଳି ବାଜିଥିବା ବେଳେ ମିଟୁନାର ଡାହାଣ ଗୋଡରେ ଗୁଳି ବାଜିବାରୁ ଉଭୟ ଏକ ବେନମ୍ବରୀ ବାଇକରୁ ତଳକୁ ଖସିପଡିଥିଲେ । ଫଳରେ ପୋଲିସ ଉଭୟଙ୍କୁ କାବୁ କରିନେଇଥିଲା । ପ୍ରଥମେ ଆହତ ଅପରାଧୀ ୨ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଓ ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ସୂଚନାମିଳିଛି । ଉଭୟ ଅପରାଧୀଙ୍କ ନାମରେ ପାଟକୁରା, ମାର୍ଶାଘାଇ, କେନ୍ଦ୍ରାପଡା ସଦର ଥାନାରେ ଦାଦାବଟି ମାଗିବା, ଧମକାଇବା, ବୋମାମାଡ କରିବା,ଗୁଳିକାଣ୍ଡ ଭଳି ସଂଗୀନ ଅଭିଯୋଗ ରହିଥିବା ମାର୍ଶାଘାଇ ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ଏକ ବେନମ୍ବରୀ କଳା ରଙ୍ଗର ପଲସର ବାଇକ,ଏକ ବନ୍ଧୁକ ଓ ଫୁଟନ୍ତା ଗୁଳିର ଖୋକା ପୋଲିସ ଜବତ କରିଛି । ଖବରପାଇ କେନ୍ଦ୍ରାପଡା ଡାକ୍ତରଖାନାରେ ଜିଲ୍ଲା ସ୍ପେସାଲ ସ୍କ୍ୱାର୍ଡ ପୋଲିସ ଓ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ପହଁଚିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ