ଆଶାଙ୍କୁ ଜୁଲମ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଦେଶରେ ଶିଶୁ ଓ ମାତୃ ମୃତ୍ୟୁହାର ଆଶାତିତ ଭାବେ କମାଇବା ସହିତ ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା ଓ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନାକୁ ଆଶାକର୍ମୀମାନେ ନିଷ୍ଠାର ସହିତ କାର୍ଯ୍ୟକାରୀ କରିଛନ୍ତି । ସେହିଭଳି ବର୍ତ୍ତମାନ ଦେଶରେ କରୋନା ଭୂତାଣୁକୁ ପରାସ୍ତ କରି ଭାରତକୁ ଜିତାଇବା ଲକ୍ଷ୍ୟରେ ଆଶାକର୍ମୀମାନେ ନିଜ ଜୀବନକୁ ବିପନ୍ନକରି ଓଡିଶା ରାଜ୍ୟର ପ୍ରତ୍ୟେକ ଗ୍ରାମରେ କାର୍ଯ୍ୟରେ ଲାଗିପଡିଛନ୍ତି । କେଉଁଠି କାମ କରୁ କରୁ ସହୀଦ ହୋଇଛନ୍ତି ତ ଆଉ କେଉଁଠି ଗରମ ପେଜ ଫୋପାଡରେ ବିକୃତ ହୋଇଛନ୍ତି । ପୁଣି ଦୈନନ୍ଦିନ କେଉଁଠି ନା କେଉଁଠି ମାଡଗାଳି ଖାଇ ଅନେକ ଥାନାରେ ମାମଲା ରୁଜୁ ହୋଇଛି । ଏହିପରି ଅବସ୍ଥାରେ ଥିବାବେଳେ ସେହି ଆଶାକର୍ମୀମାନେ ଶପଥ ନେଇଛନ୍ତି ଯେ କରୋନା ହଟିବ ଓ ଭାରତ ଜିତିବ । ଏହି ଅବସରରେ ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ଏ.ଆଇ.ଟିି.ୟୁ.ସି.ନେତା ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଶନିବାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇ ମାଗୁଣି କରାଯାଇଛି ଯେ ସେମାନଙ୍କୁ କାମ ଅନୁଯାଇ ପାରିଶ୍ରମିକ ପ୍ରଦାନ କରାଯାଉ, ଆଶାକର୍ମୀଙ୍କ ଦୈନିକ କାମ ଭାବେ ଭି.ଏଚ.ଏନ.ଡି., ଟୀକାକରଣକାର୍ଯ୍ୟ, ଗର୍ଭବତୀଙ୍କୁ ପ୍ରସବ ପାଇଁ ଡାକ୍ତରଖାନା ନେବା, ସେମାନଙ୍କୁ ଚେକଅପ ଓ ଚାରିଥର ପରୀକ୍ଷା ପାଇଁ ଡାକ୍ତରଖାନାକୁ ନେବା, କିଶୋରୀ ବାଳିକା ଓ ସନ୍ତାନ ଜନ୍ମକ୍ଷମ ଦମ୍ପତିମାନଙ୍କର ମାସିକ ବୈଠକ କରାଇବା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାବେଳେ ସେମାନଙ୍କୁ କ୍ୱାରେଂଟାଇନ କେନ୍ଦ୍ରରେ ଦିନକୁ ୧୨ଘଂଟା ରହିବାକୁ ବାଧ୍ୟ କରାଯାଉଛି । ଏହା କିପରି ସମ୍ଭବ ବୋଲି ସଙ୍ଘ ପକ୍ଷରୁ ପ୍ରଶ୍ନ କରାଯାଇଛି । ଗ୍ରାମକୁ ବାହାର ଲୋକ ଆସିଲେ ତାଙ୍କୁ ଚିହ୍ନଟକରି ମେଡିକାଲ ଅଫିସର ଓ ସରପଂଚଙ୍କୁ ଏବଂ ୧୦୪ ଗାଡିକୁ ଫୋନକରି ଜଣାଇବା ପରେ ଘରକୁ ଯାଇ କ୍ୱାରେଂଟାଇନ କେନ୍ଦ୍ରକୁ ଯିବାକୁ କହିଲା ବେଳକୁ ମାଡଗାଳି ଓ ଏସମ୍ପର୍କରେ ବିଭିନ୍ନ ଥାନାରେ କେଶ ହେଉଛି । ଏସବୁ ସମସ୍ୟାର ସମାଧାନ କରାଯିବାକୁ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ସମ୍ପାଦିକା କାନ୍ତୀପ୍ରଭା ନାୟକ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ