ଆସନ୍ତା କାଲିଠାରୁ ବସ ଚଳାଚଳ ହେବ ସ୍ୱଭାବିକ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡରୁ ହଳଦିଆ ପଦର ବସଷ୍ଟାଣ୍ଡ ସ୍ଥାନାନ୍ତରିତକୁ ବିରୋଦ୍ଧ କରି ଗଞ୍ଜାମ ଜିଲ୍ଲାରେ ଦୁଇ ଦିନ ଧରି ଚାଲିଥିବା ବସ ଧର୍ମଘଟ ଗୁରୁବାର ପ୍ରତ୍ୟାହୃତ ହୋଇଥିବା ସୁଚନାମିଳିଛି । ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତାମାନେ ପରିବହନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିିବା ପରେ ଏହି ସମସ୍ୟାର ସମାଧାନ ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ । ସେ କହିଛନ୍ତି , ଗଞ୍ଜାମ ଜିଲ୍ଲା ଭିତରେ ଚାଲୁଥିବା ବସ ଗୁଡିକ ପୁର୍ବରୁ ଯେପରି ଭାବେ ନୂଆ ବସ ଷ୍ଟାଣ୍ଡରୁ ବାହାରି ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ ସେପରି ଯିବେ । କିନ୍ତୁ ଜିଲ୍ଲା ବାହାରକୁ ଯାଉଥିବା ବସ ଗୁଡିକ ହଳଦିଆପଦର ହୋଇ ଯିବେ । ବିଡିଏ ପକ୍ଷରୁ ଜାରି ରହିଥିବା ବସଷ୍ଟାଣ୍ଡର ଉନ୍ନତ୍ତି ମୁଳକ କାର୍ଯ୍ୟ ମଧ୍ୟ ଜାରି ରହିବ ବୋଲି ଜଣାପଡିଛି ।