ଆସନ୍ତା ସେପ୍ଟେମ୍ବର ୨୭ ଭାରତ ବନ୍ଦ କୁ ସଫଳ କରିବାପାଇଁ ଆହ୍ୱାନ
ଛତ୍ରପୁର, (ଦେବଦତ୍ତ ମହାରଣା):କୃଷକ ବିରୋଧୀ କୃଷିଆଇନ, ଶ୍ରମିକ ବିରୋଧୀ ଶ୍ରମକୋର୍ଡ, ଶିକ୍ଷା ସଂକୋଚନକାରୀଜାତୀୟ ଶିକ୍ଷାନିତୀ-୨୦୨୦ପ୍ରତ୍ୟାହାର ଦାବି କରାଯାଇଥିଲା l ଜିଲ୍ଲାର ସମସ୍ତ ବ୍ଲକସ୍ତରରେ ମିଳିତ ଆନ୍ଦୋଳନ, ସଂଯୁକ୍ତକିଶାନ ମୋର୍ଚ୍ଚା ଆହ୍ୱାନରେ ଆସନ୍ତା ସେପ୍ଟେମ୍ବର ୨୭ ଭାରତ ବନ୍ଦ କରିବାପାଇଁ ସିପିଆଇ ପାର୍ଟି ପକ୍ଷରୁ ସମର୍ଥନ ସହ ସ୍ଥାନୀୟ ସମସ୍ୟା ଏବଂ ବେକାର ଯୁବକ, ଯୁବତୀ ମାନଙ୍କୁ ଗୋପାଳପୁର ବନ୍ଦର,ଆଇଆଇଏଲ, ଟିଟାନିୟମ, ଟାଟା ଓ ଗଞ୍ଜାମ ସ୍ଥିତ ଆଦିତ୍ୟ ବିର୍ଲା କମ୍ପାନୀ ରେ ନିଯୁକ୍ତି ଦାବି ନେଇ ସ୍ଥାନୀୟ ଲଷ୍ମଣ ଭବନ ଠାରେ ସିପିଆଇ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ଯ ସିମାଞ୍ଚଳ ସାହୁ ଙ୍କ ଅଧ୍ୟକ୍ଷତାରେ ଛତ୍ରପୁର, ଚମାଖଣ୍ଡି ଓ ଗଞ୍ଜାମ ଜୋନ ର କର୍ମୀ ଓ ନେତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତହୋଇଯାଇଛି। ଗତ ଦୁଇ ଶିକ୍ଷାବର୍ଷରେ ସରକାର କରୋନାମହାମାରୀ ନାମରେ ବନ୍ଦ ରଖିଥିବାସମସ୍ତ ସ୍କୁଲ କଲେଜ ଖୋଲିବାଦାବିରେ ବ୍ୟାପକ ଛାତ୍ର ଆନ୍ଦୋଳନସଙ୍ଗଠିତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଆଗାମୀପଞ୍ଚାୟତ ନିର୍ବାଚନରେ ଦଳୀୟ ପାର୍ଥି ଏବଂ ସାମର୍ଥିତ ପାର୍ଥି ମାନଙ୍କୁ ବିପୁଳ ପରିମାଣରେ ବିଜୟୀ କିପରି କରାଯାଇ ପାରିବ ସେଥିନିମନ୍ତେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ନିମନ୍ତେ ନିଷ୍ପତିନିଆଯାଇଛି। ଏଥିରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣା ନୀତି କୁ କଡା ସମାଲୋଚନା କରିବା ସହ ସାର କଳା ବଜାରୀ ରୋକିବା ଏବଂ ସରକାରୀ ଦରରେ ସମସ୍ତ ଚାଷୀ ମାନଙ୍କୁ ସାର ଯୋଗାଇବା ଉପରେ ଦାବି କରିଥିଲେ l ଏହି ବୈଠକ ରେ ଅଂଚଳ ର ଶ୍ରମିକ ମାନଙ୍କ ର ଉପୁଜିଥିବା ବିଭିନ୍ନ ସମସ୍ୟା ସମ୍ପର୍କ ରେ ରାଜ୍ୟ ଓ ଜିଲ୍ଲା ନେତୃ ମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ରାଜ୍ୟ ସହ -ସମ୍ପାଦକ କ୍ଷୀରୋଦ ସିଂ ଦେବ ଓ ପ୍ରଶାନ୍ତ ମିଶ୍ର, ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହ -ସମ୍ପାଦକ ନୀଳକଣ୍ଠ ଦାଶ ଓ ଅଳକନାଥ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯ ଶ୍ରୀହର୍ଷ ରଥ ଓ ଗୋକୁଳ ଚନ୍ଦ୍ର ପଣ୍ଡା,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ଯ ରାଜୀବ ଲୋଚନ ପଣ୍ଡା,ଛତ୍ରପୁର ଜୋନାଲ ସମ୍ପାଦକ ଏସ. କ୍ରିଷ୍ଣା ରେଡ୍ଡୀ, ସହ -ସମ୍ପାଦକ ଡ଼ି. ଆଦିନାରାୟଣ ରେଡ୍ଡୀ ଓ ସିକନ୍ଦର ଖାନ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ. ଜନାର୍ଦନ ରେଡ୍ଡୀ, ସହ -ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରନାଥ ପ୍ରଧାନ , ଗଞ୍ଜାମ ଜୋନାଲ ସହ -ସମ୍ପାଦକ ପୁର୍ଣ ଚନ୍ଦ୍ର ରଥ, ଜିଲ୍ଲା କାଉନସିଲ ସଭ୍ୟ ତ୍ରିନାଥ ବେହେରା,ଜିଲ୍ଲା କାଉନସିଲ ସଭ୍ୟା ତଥା ନାରୀନେତ୍ରୀ ଏନ. ଭାନୁମତୀ ରେଡ୍ଡୀ, ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ପରିଡା, ରାଜେନ୍ଦ୍ର ନାହାକ, ସିଏଚ. ସତ୍ୟ ନାରାୟଣ ରେଡ୍ଡୀ, ଶ୍ରମିକ ନେତା କେଶବ ନାହାକ, ପୁର୍ଣ ଚନ୍ଦ୍ର ଗୌଡ଼ ଙ୍କ ସମେତ ତିନୋଟି ଜୋନ ର ଶତାଧିକ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ଥିଲେ l


