ଆସନ୍ତା ୨୫ତାରିଖରୁ ବ୍ଲକ ସ୍ତରୀୟ ପରାମର୍ଶ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆସନ୍ତା ୨୫ତାରିଖରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର(ଦକ୍ଷତା ମେଳା) ଅନୁଷ୍ଠିତ ହେବ । ଓଡିଶା ଦକ୍ଷତା ପ୍ରାଧିକରଣ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ୯ଟି ବ୍ଲକରେ ଚଳିତମାସ ୨୫ତାରିଖରୁ ଅଗଷ୍ଟମାସ ୫ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ପାଇଁ ଏକ ସ୍ୱତନ୍ତ୍ର ବ୍ଲକ ସ୍ତରୀୟ ପରାମର୍ଶ ଶିବିର(ଦକ୍ଷତା ମେଳା) ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରାମର୍ଶ ଶିବିରରେ “ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ” ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ । ବିଭିନ୍ନ ବ୍ଲକରେ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମ ଅନୁଯାୟୀ ଆସନ୍ତା ୨୫ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକରେ, ୨୬ତାରିଖରେ ଆଳି ବ୍ଲକରେ, ୨୭ତାରିଖରେ ରାଜକନିକା ବ୍ଲକରେ, ୨୯ତାରିଖରେ ରାଜନଗର ବ୍ଲକରେ, ଅଗଷ୍ଟ ୧ତାରିଖରେ ମହାକାଳପଡା ବ୍ଲକରେ, ୨ତାରିଖରେ ଗରଦପୁର ବ୍ଲକରେ, ୩ତାରିଖରେ ମାର୍ଶାଘାଇ ବ୍ଲକରେ, ୪ତାରିଖରେ କେନ୍ଦ୍ରାପଡା ବ୍ଲକରେ ଓ ୫ତାରିଖରେ ଡେରାବିଶି ବ୍ଲକରେ ପରାମର୍ଶ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଜଣାଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ