ଆସନ୍ତା ୬ ରେ ହେବାକୁ ଥିବା ଗଞ୍ଜାମ ପ୍ରିମିୟର ଲିଗ୍ ପାଇଁ ପ୍ରସ୍ତୁତି ବୈଠକ
ଗଞ୍ଜାମ,(ଓ୍ବାଇଏନ୍ଏସ୍) : ଗଞ୍ଜାମ ରେ ଆସନ୍ତା ୬ ତାରିଖରେ ଆରମ୍ଭ ହେବ ଗଞ୍ଜାମ ପ୍ରିମିୟର ଲିଗ୍ । ସୁବଳୟା ସ୍ଥିତ କ୍ରିକେଟ ଖେଳ ପଡିଆ ଠାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟାପକ ରୋହିତ କୁମାର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପ୍ରସ୍ତୁତି ବୈଠକରେ ଅତିଥୀ ଭାବେ ଯୂବ ନେତା ନୀଳକଣ୍ଠ ଦାସ,ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ପ୍ରଶାନ୍ତ ମହାରଣା,ଶୁବଳୟା ୟୁଥ୍ ଲିଡର ଶିବାଜୀ ସ୍ୱାଇଁ,ଯୁବନେତା ତଥା ରମ୍ଭା ଟିମ୍ ମୁଖ୍ୟ ବିବେକାନନ୍ଦ ପଟ୍ଟନାୟକ,ପୁରୁଷୋତ୍ତମପୁର ଟିମ୍ ମୁଖ୍ୟ ଯତୀନ୍ଦ୍ର ପାତ୍ର,ସିଦ୍ଧାର୍ଥ ତରାଇ,ଖଲ୍ଲିକୋଟ ଟିମ୍ ମୁଖ୍ୟ ସୁଭେନ୍ଦୁ କୁମାର ଆଚାର୍ଯ୍ୟ ପ୍ରମୂଖ ଉପସ୍ଥିତ ରହି ଗଞ୍ଜାମ ପ୍ରିମିୟର ଲିଗ୍ କୁ ସୁଚାରୁ ରୁପେ ସଂପାଦନ କରିବା ପାଇଁ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଗଞ୍ଜାମ ଜିଲ୍ଲାର ସମସ୍ତ ଖେଳାଳୀଙ୍କୁ ଖେଳିବା ପାଇଁ ସୁଯୋଗ ଦିଆଯିବ । ଇଚ୍ଛୁକ ଖେଳାଳି ମାନେ ଆସନ୍ତା ୨୩ ତାରିଖ ଦିନ ସୁବଳୟା ଖେଳପଡିଆ ଠାରେ ନିଜ ନାମ ପଞ୍ଜୀକରଣ କରିପାରିବେ ବୋଲି ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହା ସହ ଖେଳାଳି ମାନେ ହ୍ୱାଟସପ୍ ମାଧ୍ୟମରେ ଅଗ୍ରିମ ଆବେଦନ କରିପାରିବେ । ଆୟିଜିତ ଟୁର୍ଣ୍ଣାମେଣ୍ଟରେ ୫ ଟି ଦଳ ଭାଗ ନେଉଥିବା ବେଳେ ଆସନ୍ତା ୨୩ ତାରିଖରେ ସେମାନଙ୍କ ଟ୍ରାୟଲ ନିଆଯିବା ନେଇ ସୂଚନା ମିଳିଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷ ଭାବେ ବିବେକାନନ୍ଦ ପଟ୍ଟନାୟକ, ସଭାପତି ଭାବେ ରୋହିତ କୁମାର ସାହୁ,ଉପ ସଭାପତି ଭାବେ ଅଶ୍ୱିନୀ କୁମାର ସାହୁ,ସେକ୍ରେଟାରୀ ଭାବେ ସିମାଂଚଳ ଗୌଡ,କୋଷାଧ୍ୟକ୍ଷ ଭାବେ ଗୋପିନାଥ ସାହୁ ପ୍ରମୂଖଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଟି କେବଳ ଗଞ୍ଜାମ ଜିଲ୍ଲାର ଖେଳାଳୀ ମାନଙ୍କୁ ନେଇ ଆୟୋଜିତ ହେଉଥିବାରୁ ଗଞ୍ଜାମ ଜିଲ୍ଲାର ଖେଳାଳୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି ।


