ବେଲଗୁଣ୍ଠା ବଣିକ ସଂଘ କର୍ମକର୍ତ୍ତା ମନୋନୟନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଆଜି ବେଲଗୁଣ୍ଠା ବଣିକ ସଂଘ କମ୍ଯୁନିଟି ହଲ୍ ବେଲଗୁଣ୍ଠା ବଣିକ ସଂଘ ତରଫରୁ ଏକ ବୈଠକର ଆୟୋଜନ କରି ବୈଠକରେ ସଂଘର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଛି I ବୈଠକରେ ସଭାପତି ଭାବେ ପ୍ରଶାନ୍ତ କୁମାର ସାହୁ, ଉପସଭାପତି ଭାବେ ସିଏଚ୍.ସନତ୍ କୁମାର ସୁବୁଦ୍ଧି,ସମ୍ପାଦକ ଭାବେ କୈଳାସ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ପ୍ରଭାତ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ କେ.ବୁଲୁ ପାତ୍ର ଏବଂ ମାର୍ଗଦର୍ଶକ ଭାବେ ସିଏଚ୍.ଲିଙ୍ଗରାଜ ପାତ୍ର ଓ କାଳୁ ଚରଣ ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା I ପ୍ରକାଶ ଥାଉ କି ସଂଘର ପୂର୍ବତନ ସଭାପତି ବି.ସନ୍ତୋଷ କୁମାର ପାତ୍ରଙ୍କ କରୋନାରେ ଦେହାନ୍ତ ଘଟିବା ପରେ ଉପସଭାପତି କାଳୁ ଚରଣ ପଣ୍ଡା ସଂଘ ଦାୟିତ୍ୱ ତୁଲାଉଥିଲେ I ବର୍ତ୍ତମାନର ମନୋନୀତ ସଭାପତି ପ୍ରଶାନ୍ତ କୁମାର ସାହୁ ପୁର୍ବରୁ ମଧ୍ୟ ଦଶ ବର୍ଷ କାଳ ସଂଘର ସଭାପତି ଦାୟିତ୍ୱରେ ଥିବାରୁ ଆଗାମୀ ଦିନରେ ସଂଘକୁ ସୁପରିଚାଳନା କରିବାରେ ସେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ ବୋଲି ସଂଘ ସଦସ୍ୟ ମାନେ ପ୍ରକାଶ କରିଥିଲେ I ଆଗାମୀ ଦିନରେ ସଂଘକୁ ଅଧିକ ସୁଦୃଢ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ସଂଘକୁ ନିୟୋଜିତ କରିବାକୁ କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ I ଆଜିର କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ଭାବେ ମଧୁସୂଦନ ମହାପାତ୍ର ଏବଂ ଅଶ୍ୱିନୀ କୁମାର ସାହୁ ଦାୟିତ୍ୱ ନିର୍ବାହ କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ