ଆସନ୍ତା ୮ ତାରିଖରୁ ରାଜ୍ୟର ଅଧିକାଶଂ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର- ଆସନ୍ତା ୮ ତାରିଖରୁ ରାଜ୍ୟର ଅଧିକାଶଂ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସୋମବାର ଓ ମଙ୍ଗଳବାର ଗଞ୍ଜାମ, ରାୟଗଡ଼ା, କୋରାପୁଟ, ବଲାଙ୍ଗିର, ନୂଆପଡ଼ା, କନ୍ଧମାଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ତା ସହିତ ୫ ଫେବ୍ରୁଆରିରେ ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । କନ୍ଧମାଳ, ଗଜପତି, ରାୟଗଡ଼ା, ନୟାଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ବୌଦ୍ଧ ଓ ସମ୍ବଲପୁରରେ ବର୍ଷା ହେବ । ୬ ତାରିଖରେ ରାଜ୍ୟର ୯ଟି ଜିଲ୍ଲାରେ ବର୍ଷା ହେବ। ଏହାସହ ଫେବ୍ରୁଆରି ୭ ଓ ୮ ତାରିଖରେ ପୁରୀ, ଖୋର୍ଦ୍ଧା, କଟକ ସମେତ ୧୭ଟି ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ