ଅସୁରକ୍ଷୀତ ଭଙ୍ଗା କୁଡିଆରେ ବିତୁଛି ହେବ ମୁଣ୍ଡାଙ୍କ ଜୀବନ

ଘଟଗାଁ- କେନ୍ଦ୍ର ଓ ରାଜ୍ୟ ସରାକାର ଗରିବ ବାସହରା ମାନଙ୍କ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏବେବି ଅନେକ ପରିବାର ଅଛନ୍ତି ଯେଉଁମାନେ କି ବିପଦ ସଙ୍କୁଳ ଅବସ୍ଥାରେ ଅଧା ଭଙ୍ଗା କାନ୍ଥ ଥିବା ଘରେ ଅସୁରକ୍ଷୀତଭାବେ ଜୀବନ ବିତାଉଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ପିଠାଗୋଳା ପଂଚାୟତର ଅଲଙ୍ଗ ଗାଁରେ ।ଏହି ଗାଁର ସ୍ୱର୍ଗତ ହରିହର ମୁଣ୍ଡା ସ୍ତ୍ରୀ ହେମ ମୁଣ୍ଡାଙ୍କ ସ୍ୱାମୀ ଚାଲିଗଲା ପରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିଥବାକୁ ମିଳୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଖଣ୍ଡିଏ ପକ୍କା ଘରର ମିଳିପାରି ନାହିଁ । କି ବିଧବା ଭତା ମଧ୍ୟ ହୋଇପାରୁନାହିଁ । ଫଳରେ ଅଧାଭଙ୍ଗା କାନ୍ଥ ଥିବା ଏକ ଅସୁରକ୍ଷିତ ଭଙ୍ଗା ଘରେ ଜୀବନ ବିତାଉଛନ୍ତି ଦୁଇ ପୁଅଙ୍କ ସହ । ଅନ୍ୟ ପକ୍ଷରେ ଘଟଣା ସମ୍ବନ୍ଧରେ ହରିଚନ୍ଦନପୁର ବିଡିଓ ଜନକ ନାଏକ ଙ୍କୁ ଅବଗତ କରାଇବାରୁ ସେ କହିଥିଲେ ଯେ, ତାଙ୍କର ନାଁ ଲିଷ୍ଟରେ ଥିଲେ ମିଳିବ ନହେଲେ ନାହିଁ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ