ଆସନ୍ତୁ ଗଢିବା ରକ୍ତ ସମ୍ପର୍କ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ଆଜି ତା ୦୮/୦୯/୨୦ ତାରିଖ ମଙ୍ଗଲ ବାର ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ରକ୍ତ ଭଣ୍ଡାରର ମିଳିତ ଅନୁକୂଲ୍ୟରେ ୧୫ ତମ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ” ନାମକ ଏକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବରୁ ରକ୍ତ ଭଣ୍ଡାର ରେ ରକ୍ତର ଘୋର ଅଭାବ ଦେଖାଯାଇଥିବା ଯୋଗୁଁ ରୋଗୀ ମାନେ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବିଶେଷ ଭାବେ ଗର୍ଭବତୀ ମହିଳା ଓ ଥାଲାସେମିଆ ରୋଗୀମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବା ପାଇଁ ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଉଛି ରକ୍ତ ଦାତା ମାନେ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ l ଆଜିର ଶିବିରରେ ସମୁଦାୟ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସମୁଦାୟ ୧୫ ଗୋଟି ଶିବିରରେ ୨୬୬ ୟୁନିଟ ରକ୍ତ ସଂଗ୍ରହ ହୋଇଛି l ଏହି କାର୍ଯ୍ୟକ୍ରମ ରେ ରକ୍ତ ଭଣ୍ଡାରର ଡାକ୍ତର ରସ୍ମିତା ପାଣିଗ୍ରାହୀ ଏବଂ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ,ସତ୍ୟ ନାରାୟଣ ଦାସ, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶ୍ୱ ବ୍ୟାପି କରୋନା ମହାମାରୀ ପ୍ରଭାବ ଥିଲା ବେଳେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଯାଇଛି ସମସ୍ତ ସ୍ବେଚ୍ଛାସେବୀ ସଂଗଠନ ଓ ଜନ ସାଧାରଣ ମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ମଧ୍ୟ ଏଭଳି ମହତ ଅଭିଯାନରେ ସାମିଲ ହୁଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ