ଆସନ୍ନ ଲଘୁଚାପକୁ ନେଇ ଲୋକେ ଚିନ୍ତିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଅକ୍ଟୋବର ମାସ ଆସିଲେ ଲୋକଙ୍କ ମନରେ ଛନକା ପସିଯାଏ । ୧୯୯୯ ଅକ୍ଟୋବର ୨୯ କଥା ମନେପକାଇ ଆଜି ବି ସାଧାରଣ ଲୋକଟିଏ ଆତଙ୍କିତ ହୋଇପଡେ । ସତେ ଯେମିତି ଅକ୍ଟୋବର ମାସ ବାତ୍ୟାର ମାସ ଅଟେ । ସଂପ୍ରତି ଅକ୍ଟୋବର ମାସ ଆରମ୍ଭରୁ ଲଘୁଚାପ ବର୍ଷା ଓଡିଶାର ଅଧା ଜିଲ୍ଲାକୁ ଭିଜାଇ ସାରିଲାଣି । ଏହା ପରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କେନ୍ଦ୍ରୀଭୂତ ହେଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି । ପୂର୍ବ ମାସରେ ବୈତରଣୀରେ ଭୟଙ୍କର ବନ୍ୟା ଆସିବା ଯୋଗୁ ଲୋକମାନେ ନାହିଁନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ପୁଣି ଏମାସରେ ଯଦି ବାତ୍ୟା କିମ୍ବା ବନ୍ୟା ହୁଏ ଦୁଃଖ ଦ୍ୱିଗୁଣିତ ହୋଇଯିବା ଥୟ । ବିଶେଷକରି ଲଗାଣବର୍ଷା ଯୋଗୁ ଯଦି ବୈତରଣୀରେ ବନ୍ୟା ଆସେ ଅସ୍ଥାୟୀ ମରାମତି ହୋଇଥିବା ବନ୍ଧର ଅବସ୍ଥା କଣ ହେବ କହିହେଉନାହିଁ । ତେସିଙ୍ଗା , ଝୁଟୁଣା ପଞ୍ଚାୟତ ସୀମା ଆମ୍ବ ଗଡିଆ ଠାରେ ପୂର୍ବ ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଯୋଗୁ ନଦୀବନ୍ଧ ଅର୍ଦ୍ଧାଧିକ ନଷ୍ଟ ହୋଇଯାଇଥିଲା । ସେହିଭଳି ଯଶୋଟିିକିରି ଠାରେ ମଧ୍ୟ ସମାନ ଅବସ୍ଥା ଦେଖାଦେଇଥିବାବେଳେ କୁମ୍ଭାରିଆ, ବାଲିପୋଖରୀ ନିକଟ ନଦୀବନ୍ଧ କେତେକ ସ୍ଥାନରେ ଦୁର୍ବଳ ହୋଇଯାଇଥିବା ଜଣାପଡିଛି । ଯଦିଓ ପରବର୍ତ୍ତୀ ସମୟରେ ଏହି ସବୁ ସ୍ଥାନ ଗୁଡିକରେ ଅସ୍ଥାୟୀ ମରାମତି କରାଯାଇଛି ପୁଣି ଆସୁଥିବା ଲଘୁଚାପ ବର୍ଷାକୁ ନେଇ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ନଦୀରେ ଯଦି ବନ୍ୟା ପାଣି ଆସେ ତାହେଲେ ଅସ୍ଥାୟୀ ମରାମତି ହୋଇଥିବା ବନ୍ଧର ଜଟିଳ ହୋଇପାରେ । ତେଣୁ ଜଳସମ୍ପଦ ବିଭାଗ ଉକ୍ତ ସ୍ଥାନ ଗୁଡିକୁ ପୁନଃ ତଦାରଖ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ