ଆସିକାରେ ଭାଇଚାରାର ପର୍ବ ଇଦ୍‌-ଉଲ-ଫିତର ପାଳିତ

ଆସିକା, (ୱାଇଏନ୍‍ଏସ୍‍):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ମୁସଲମାନ ସଂପ୍ରଦାୟର ଜନସାଧାରଣ ଭାଇଚାରାର ପର୍ବ ଇଦ୍‌-ଉଲ-ଫିତର ସୋମବାର ଆନନ୍ଦ ଉଲ୍ଲାସର ସହ ଧୁମ୍‌ଧାମ୍‌ରେ ପାଳନ କରିଥିବା ଲକ୍ଷ୍ୟ କରାଯାଇଛି । ଇଦ୍‌-ଉଲ-ଫିତର ଅବସରରେ ଆସିକା ସହରର କେନ୍ଦ୍ରସ୍ଥଳରେ ଥିବା ଜାମିଆ ମସଜିଦ୍ ଚଳଚଞ୍ଚଳ ହୋଇପଡିଥିଲା ବେଳେ ମୁସଲମାନ ଭାଇଭଉଣୀମାନେ ପରସ୍ପରକୁ ମିତ୍ରତାର ବନ୍ଧନରେ ଆଲିଙ୍ଗନ ପୂର୍ବକ ଇଦ୍ ମୁବାରକ କରି ନିଷ୍ଠାର ସହ ମସଜିଦ୍ ପରିସରରେ ନମାଜ ପାଠ କରିଥିଲେ । ଦୀର୍ଘ ଏକମାସ ଧରି ଆସିକାର ମୁସଲମାନ ସଂପ୍ରଦାୟର ଭାଇଭଉଣୀ ମାନେ ପବିତ୍ର ରମଜାନ ପର୍ବ ପରିପ୍ରେକ୍ଷୀରେ ଏକତ୍ରିତ ହୋଇ ନମାଜ ପାଠ କରି ଆସୁଥିଲେ । ପବିତ୍ର ରମଜାନ ପର୍ବ ଶେଷ ହୋଇଛି । ସୋମବାର ମୁସଲମାନ ଭାଇଭଉଣୀ ମାନେ ପରସ୍ପରକୁ ଇଦ ମୁବାରକ୍ ଜଣାଇ ଇଦ୍‌-ଉଲ-ଫିତର ପାଳନ କରିଥିବା ଦେଖିବାକୁ ମିଳିଥିଲା । ମୁସଲମାନ ସଂପ୍ରଦାୟର ଇଦ୍‌-ଉଲ-ଫିତର ହେଉଛି ଏକ ବଡ ପର୍ବ । ଇଦ୍‌-ଉଲ-ଫିତର ଅବସରରେ ଆସିକା ହାଟପଦା ସ୍ଥିତ ଜାମିଆ ମସଜିଦ୍ ଓ କୋଟିନଡା ସ୍ଥିତ ଜାମିଆ ମସଜିଦ୍‌ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିଲା ବେଳେ ମୁସଲ୍‌ମାନ ଧର୍ମାବଲମ୍ଭୀ ମାନେ ଏହି କାର୍ଯ୍ୟକ୍ରମରେ ଉତ୍କଣ୍ଠାର ସହ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଆସିକା ଜାମିଆ ମସଜିଦ୍‌ର ମୁଖ୍ୟ ଇମାମ୍ ମହମ୍ମଦ ସାହାନୱାଜ୍ ଅହମ୍ମଦଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମସ୍‌ଜିଦ୍ ପରିସରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସହଯୋଗୀ ପୁରୋହିତ (ମୌଦ୍ଦିନ) ମେହେମୁଦ୍ ଖାନ୍‌, ଶ୍ରଦ୍ଧାଳୁଭକ୍ତ ମୁନାଫ୍‍ ସାରିଫ୍‍, ଏମ୍‌.ହୁସେନ୍ ସରିଫ୍‌, ସାଜିଦ୍ ରାଜା, ମେହେମ୍ମୁଦ ସରିଫ୍‌, ନାସାର୍ ସରିଫ୍‌, ତାଜୁଦିନ୍ ସରିଫ୍‌, ସୟଦ୍ ହୁସେନି, ସୟଦ୍ ୱାଜିର୍‌, ଇନ୍ତୁ ଖାନ୍ , ସେଖ୍ ଆସ୍‌ଲାମ୍‌, ଆଲତାଫ୍‍ ସାରିଫ୍‍, ଆୟାଜ୍‍ ସାରିଫ୍‍, ହାକିମ୍‍ ଖାନ୍‍, ସାହାୱାଜ୍‍ ସରିଫ୍‍, ରସିଦ୍‍ ଅଲ୍ଲି, ମୋହିନ୍‍ ସାରିଫ୍‍, ମହମ୍ମଦ ଇକ୍‍ବାଲ୍‍, ସୟଦ୍‍ ଇମିତିୟାଜ୍‍, ସେଖ୍‍ ଆସରଫ୍‍, ସାଜିିଦ ରାଜାଙ୍କ ସମେତ ମୁସ୍‌ଲମାନ ସଂପ୍ରଦାୟର ଶତାଧିକ ଶ୍ରଦ୍ଧାଳୁଭକ୍ତ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଶେଷ ହୋଇଯାଇଛି ମୁସଲମାନ ସଂପ୍ରଦାୟର ଗଣ ପର୍ବ ପବିତ୍ର ଇଦ-ଉଲ୍‌-ଫିତର । ଦୀର୍ଘ ଏକ ମାସ ଧରି ରୋଜା ରଖିଥିବା ମୁସଲମାନ ଭାଇଭଉଣୀ ମାନେ ଆଜି ବ୍ରତ ଭାଙ୍ଗିଥିଲେ । ନୀତି ନିଷ୍ଟା, ପରାକାଷ୍ଟାର ସହ ତ୍ୟାଗ ଓ ସମର୍ପଣର ପର୍ବ ଇଦ୍ ପାଳନ ପାଇଁ ମୁସଲମାନ ଭାଇଭଉଣୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲେ ଉତ୍କଣ୍ଠା । ରମଜାନ୍ ମାତ୍ର ଶେଷ ଦିବସକୁ ଧୁମ୍‌ଧାମରେ ପାଳନ କରିଥିଲେ ଆସିକା ସହରର ମୁସଲମାନ ଧର୍ମାବଲମ୍ବୀ । ଆଜି ଚାନ୍ଦ୍ ଦୃଶ୍ୟମାନ ହେବା ପରେ ଏହି ପର୍ବ ପାଳନ କରାଯାଇଥିଲା । ମସଜିଦ୍‌ରେ ସମୁହ ପ୍ରାର୍ଥନା କରାଯିବା ସାଙ୍ଗକୁ ପରସ୍ପରକୁ କୋଳାଗ୍ରତ କରି ଇଦ୍ ଶୁଭେଚ୍ଛା ଜଣାଇବା ସହ ଗରିବ ଓ ଅସହାୟ ମାନଙ୍କୁ ଦାନପୁଣ୍ୟ କରିଥିବା ଦେଖିବାକୁ ମିଳିଥିଲା । ପୂଣ୍ୟ ଅର୍ଜନ ମାସ ରମ୍‍ଜାନ୍‍ ଶେଷ ହୋଇଯାଇଛି । ମୁସଲ୍‍ମାନ୍‍ ସଂପ୍ରଦାୟର ରମ୍‍ଜାନ୍‍ ମାସ ହେଉଛି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ । ଆଜି ପବିତ୍ର ଇଦ୍‍-ଉଲ୍‍-ଫିତର୍‍ ଅବସରରେ ମୁସଲ୍‍ମାନ୍‍ ଭାଇମାନେ ସମୂହ ନମାଜ୍‍ ପାଠ କରି ସମସ୍ତଙ୍କ ସୁଖ ସମୃଦ୍ଧି ପାଇଁ ଭଗବାନ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ