ଆସିକାରେ ଶ୍ରଦ୍ଧାଳୁ ମହିଳାଙ୍କ ନାଗ ଚତୁର୍ଥୀ ପୂଜା

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମହିଳା ମାନେ ବିଭିନ୍ନ ସ୍ଥାନରେ ମଙ୍ଗଳବାର ନାଗଚତୁର୍ଥୀ ପୂଜା କରିଥିବା ଲକ୍ଷ୍ୟ କରାଯାଇଛି ।ହିନ୍ଦୁ ସମ୍ପ୍ରଦାୟର ମହିଳା ମାନେ ଉଇହୁଙ୍କା ନିକଟରେ ବିଧିବିଧାନ ଅନୁଯାୟୀ ପରିବାରର ମଙ୍ଗଳ କାମନା ଓ ସନ୍ତାନ ମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ନାଗଦେବତାଙ୍କୁ ପୂଜାର୍ଚ୍ଚନା କରିଥିଲେ । ନାଗ ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ହିନ୍ଦୁ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମହିଳା ମାନେ ଏହି ନାଗ ଚତୁର୍ଥୀ ପୂଜା କରିଥିଲା ବେଳେ ଶ୍ରଦ୍ଧାଳୁ ମହିଳା ମାନେ ନିଷ୍ଟାର ସହ ରହି ଉଇ ହୁଙ୍କା ନିକଟରେ ନାଗଦେବତାଙ୍କୁ ଅତ୍ୟନ୍ତ ଭକ୍ତିପୂତ ସହକାରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ