ଆସିକା କୁମ୍ଭାର ସାହିରେ ଚବିଶି ପ୍ରହର ନାମଯଜ୍ଞ

ଆସିକା, (ଯୁଗାବ୍ଦ ନ୍ୟୁଜ):ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଜଗତ କଲ୍ୟାଣ ପାଇଁ ପବିତ୍ର କାର୍ତ୍ତିକ ମାସ ଅବସରରେ ଆସିକା ସହର ତଥାର ଏହାର ଆଖପାଖ ଅଞ୍ଚଳ ହରେକୃଷ୍ଣ, ହରେରାମ ନାମରେ ମୁଖରିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଏନଏସି ଅଧିନସ୍ଥ ୧୧ ନମ୍ବର ୱାର୍ଡର କୁମ୍ଭାର ସାହିରେ ଜଗତ କଲ୍ୟାଣ ଲକ୍ଷ୍ୟରେ ପବିତ୍ର କାର୍ତ୍ତିକ ମାସ ଅବସରରେ ଗୁରବାର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚବିଶି ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ନାମପ୍ରେମୀ ପରିଚାଳନା ମଣ୍ଡଳୀ ଭକ୍ତବୃନ୍ଦଙ୍କ ପକ୍ଷରୁ ନରେନ୍ଦ୍ର ବେହେରା, ଗଦାଧର ବେହେରା, ଅଭିମନ୍ୟୁ ବେହେରା ବିଜୁଳି ବେହେରା, ପ୍ରଭାସି ବେହେରା, ସୂର୍ଯ୍ୟ ବେହେରା, ହୀନ ବେହେରା, ସୁଦୁରୁ ବେହେରା, ବସନ୍ତ ବେହେରା, ଅଚ୍ୟୁତ ବେହେରା, ଚନ୍ଦ୍ରଶେଖର ବେହେରା, ପଂଚୁ ବେହେରା, ତ୍ରିନାଥ ବେହେରା, ଭାସ ବେହେରା, ଲକ୍ଷ୍ମୀ ବେହେରା, ଟୁନା ବେହେରା, ଲାବ ବେହେରାଙ୍କ ସମେତ ବହୁ ଆଧ୍ୟାତ୍ମିକ ପ୍ରେମୀ ଓ କୁମ୍ଭାରସାହି ବାସିନ୍ଦା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ ହରେକୃଷ୍ଣ ହରେରାମ ଧ୍ୱନିରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ନିକଟସ୍ଥ ସିଦ୍ଧନଇ, ଖରିଡା, କେନ୍ଦୁବାଡି, ସାମନ୍ତରାପୁର ସମେତ ଆଖପାଖ ଗ୍ରାମର ନାମ ସଂକୀର୍ତ୍ତନ ମଣ୍ଡଳୀ ଏହି ଚବିଶି ପ୍ରହର ନାମଯଜ୍ଞରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପୂଜାର୍ଚ୍ଚନାରେ ସାମିଲ ହୋଇଥିବା ବେଳେ ଆସନ୍ତା୧୦ ତାରିଖରେ ନାମଯଜ୍ଞ ଉଦ୍‌ଯାପନୀ ପରେ ଦଧିଭାଣ୍ଡ ଭଞ୍ଜନ, ନଗର କୀର୍ତ୍ତନ, ଯମୁନା ସ୍ୱାନ, ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଆସିକା ଏନ୍‍ଏସି ଅଧୀନସ୍ଥ ୧୧ ନମ୍ବର ୱାର୍ଡର କୁମ୍ଭାର ସାହିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗୁରବାର ଠାରୁ ଆରମ୍ଭ ହୋଇଥିବା ଚବିଶି ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନିତେଇ ଗୌରାଙ୍ଗ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳକାମନା କରିଥିଲେ । ଆସିକା ଏନ୍‍ଏସି ଅଧୀନସ୍ଥ କୁମ୍ଭାର ସାହିରେ ବିଶ୍ୱକଲ୍ୟାଣ ନିମିତ ଆରମ୍ଭ ହୋଇଥିବା ଚବିଶି ପ୍ରହର ନାମଯଜ୍ଞ ଓ ଅନ୍ନଯଜ୍ଞ ମହୋତ୍ସବକୁ ସୁପରିଚାଳନା ପାଇଁ ନାମପ୍ରେମୀ ପରିଚାଳନା ମଣ୍ଡଳୀ ଓ ସାହିବାସିନ୍ଦାଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ