ଆସିକା ଚିନି କଳର ଆଧୁନିକ କରଣ ହେବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :ଆସିକା ଠାରେଥିବା ଚିନି ଶିଳ୍ପର ଆଧୁନିକ କରଣ କରିବାନେଇ ଜ଼ିଲ୍ଲାପାଳ ବିଜୟ ଅମ୍ବୃତI କୁଲାଙ୍ଗେ ପରିଚାଳନା ନିର୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି I ଜ଼ିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଆସିକା ଚିନିଶିଳ୍ପ ଗସ୍ତରେ ଯାଇ ଶିଳ୍ପର ବିଭିନ୍ନ ସ୍ଥିତି ସମୀକ୍ଷା କରିବା ପରେ ବହୁ ପାରାତନ ଏହି ଶିଳ୍ପକୁ ଆଧୁନିକକରଣ କରିବା କରିବା ପାଇଁ ଆବଶ୍ୟକୀୟ ମତାମତ ନେବା ପାଇଁ ସୁଦକ୍ଷ ବ୍ୟକ୍ତି ବିଶେଷଙ୍କ ଠାରୁ ପରାମର୍ଶ ନେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ I6 କୋଟି 44 ଲକ୍ଷ ଅର୍ଥ ବିନମୟରେ କାର୍ଯକାରୀ ହୋଇଥିବା ଡିଷ୍ଟାଲାରୀ ପ୍ଲାଣ୍ଟର କାର୍ଯକ୍ଷମ ଯେପରି ଆଗାମୀ ଦୁଇମାସ ମଧ୍ୟରେ ଶେଷ ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି I ଆସିକା ବଟଲିଙ୍ଗ ପ୍ଲାଣ୍ଟଟିକୁ ସମ୍ପୂର୍ଣ ସ୍ୱୟଂଚାଳିତ କରିବା ସକାଶେ ପଦେକ୍ଷପ ଗ୍ରହଣ କରାଯିବ I ଆଖୁ ପ୍ରୋସେସିଂଙ୍ଗ ପ୍ଲାଣ୍ଟ ୟୁନିଟ ଆଗାମୀ ଜାନୁଆରୀ 10 ସୁଦ୍ଧା ଯେପରି କାର୍ଯ୍ୟକ୍ଷମ ହେବ ସେଥିନିମନ୍ତେ ନିର୍ଦେଶ ପ୍ରଦାନ କରିଥିଲେ I ଜ଼ିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ପରିଚାଳନା ନିର୍ଦେଶକ ମନୋରଞ୍ଜନ ନାୟକ, ସମବାୟ ସେମିତିର ଉପ ନିର୍ଦେଶକ ବିଶ୍ୱରଞ୍ଜନ ଦାଶ, ଚିନି କଳର ସମ୍ପାଦକ ଚନ୍ଦ୍ରଶେଖର ରେଡ୍ଡୀ, କାରଖାନାର ଅନ୍ୟାନ୍ୟ କର୍ତ୍ତୃପକ୍ଷ ଏବଂ ବୈଶାୟିକ କର୍ମଚାରୀଗଣ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ