ଆସିଥିଲେ ସାଥିରେ ଚାଲିଗଲେ ସାଥିରେ : ମହାଳିଙ୍ଗ ଗ୍ରାମରେ ଅଭାବନୀୟ ଘଟଣା
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ଆଜି ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ମହାଲିଙ୍ଗ ଗ୍ରାମରେ ହୃଦୟ ବିଦାରକ ଘଟଣା ଘଟି ଯାଇଛି । ଗାଁ ର ପୋଖରୀରେ ଦୁଇ ଯାଆଁଳା ଭାଇ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଖରୀରୁ ଦୁଇ ଯାଆଁଳା ଭାଇଙ୍କୁ ଉଦ୍ଧାର କରି ପରିବାର ଲୋକେ ସ୍ଥାନୀୟ ବୋର୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କଟିଥିଲେ । ଦୁହି ଯାଆଁଳା ଭାଇ ପୀୟୂଷ ସାହୁ (୫)ଓ ୟସ ସାହୁ (୫)ତାଙ୍କ ବାପାଙ୍କ ନାମ ରୋହିତ ସାହୁ । ଉକ୍ତ ଘଟଣାପରେ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।