ଆସୁଛି ଇଂରାଜୀ ନବବର୍ଷ, ସବୁଠି ଉକ୍ରଣ୍ଠା
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ୨୦୧୯ ମସିହା ଶେଷ ହୋଇ ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୨୦ । ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ହିଂଜିଳିକାଟୁ ପୌରାଂଚଳ ସମେତ ଆଖପାଖ ଅଂଚଳରେ ଉକ୍ରଣ୍ଠା ଲାଗି ରହିଛି । ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷ ଶେଷ ହୋଇ ପୁଣି ଏକ ନୂତନ ବର୍ଷ ଆସିବା ପାଇଁ ଏକ ନିୟମିତ ପକ୍ରିୟା ହୋଇଥିଲେ ମଧ୍ୟ ଏହି ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ବିଭିନ୍ନ ମହଲରେ ଉକ୍ରଣ୍ଠା ଓ ଉତ୍ସାହ ଲାଗି ରହିଛି । ଇଂରାଜୀ ନବବର୍ଷ ୨୦୨୦ର ଅବ୍ୟହିତ ପୂର୍ବରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନବବର୍ଷର ଶୁଭେଛା ବାର୍ତା ପ୍ରେରଣ ଆରମ୍ଭ ହୋଇଗଲାଣି । ନବବର୍ଷର ଏହି ଅଗ୍ରୀମ ଶୁଭେଛା ବ୍ୟତୀତ ସମସ୍ତେ ଅପେକ୍ଷା କରିଥାନ୍ତି ନବବର୍ଷର ଆଗମନକୁ । ବିଶେଷକରି ଡ଼ିସେମ୍ବର ମାସ ୩୧ ତାରିଖ ରାତି ୧୨ଟା ପରେ ନବବର୍ଷର ଶୁଭେଛା ଆଦାନ ପ୍ରଦାନ ଅଧିକ ମହତ୍ୱ ରଖିଥାଏ । ତେଣୁ ୩୧ ତାରିଖ ବିଳମ୍ବିତ ରାତିରୁ ନବବର୍ଷର ଉତ୍ସବ ପାଳନ ସହ ଶୁଭେଛା ବାର୍ତା ପ୍ରେରଣ ଅଧିକ ସକ୍ରିୟ ହୋଇଉଠିଛି । ଇଂରାଜୀ ନବବର୍ଷରେ ନିଜର ବନ୍ଧୁ, ପରିବାର, ଆତ୍ମୀୟସ୍ୱଜନ ଓ ଉପରିସ୍ଥ ଅଧିକାରୀଙ୍କୁ ଶୁଭେଛା ଜଣାଇବାକୁ ଅଧିକାଂଶ ବ୍ୟସ୍ତ ହୋଇ ଉଠିଥାନ୍ତି । ନବବର୍ଷର ଶୁଭେଛା ଜଣାଇବା ପାଇଁ ହିଂଜିଳିକାଟୁ ପୌରାଂଚଳ ସମେତ ଆଖପାଖ ଅଂଚଳରେ ଥିବା ପୁଲ ଦୋକାନ ଗୁଡ଼ିକରେ ସ୍ୱତନ୍ତ୍ର ଭାବେ ଫୁଲତୋଡ଼ା ତିଆରି କରିବା ଲାଗି ଅର୍ଡ଼ର ଦିଆଯାଇଥିବା ଦେଖିବାକୁ ମିଳୁଛି । ନବବର୍ଷର ପ୍ରଥମ ଦିନକୁ ଆନନ୍ଦ ଉଳ୍ଲାସର ସହ ପାଳନ କରିବା ଲାଗି ଚାଲିଛି ବ୍ୟାପକ ପ୍ରସ୍ତୁତି । ପ୍ରିୟଜନକୁ ନୂତନ ବର୍ଷରେ ଫୁଲ ଉପହାର ଦେଇ ଶୁଭ ମନାସିବା ପାଇଁ ସମସ୍ତଙ୍କ ଠାରେ ଦେଖା ଦେଇଛି ଆଗ୍ରହ ୠ୍ରାହକଙ୍କ ଆଗ୍ରହକୁ ଦେଖି ହିଂଜିଳିକାଟୁ ପୌରାଂଚଳ ସମେତ ଆଖପାଖ ଅଂଚଳର ଫୁଲ ଦୋକାନ ଗୁଡ଼ିକରେ ବର୍ତମାନ ଠାରୁ ଭଳିକି ଭଳି ସୁଗନ୍ଧିତ ଏବଂ ସୁନ୍ଦର ଫୁଲ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଇଂରାଜୀ ନବବର୍ଷ ପାଳନ ଅବସରରେ ହିଂଜିଳିକାଟୁ ପୌରାଂଚଳ ସମେତ ଆଖପାଖ ଅଂଚଳରେ ଥିବା ମକମଲ୍ଲୀ ଚାଷୀ ମାନଙ୍କ ଠାରେ ଫୁଲ ବ୍ୟବସାୟୀ ମାନଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳୁଛି ।


