କଣଭାଗ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଂଟନ
ହିିଞ୍ଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଶେରଗଡ଼ ବ୍ଳକ ଠୁରୁବୁରାଇ କ୍ଳଷ୍ଟର ଅନ୍ତର୍ଗତ କଣଭାଗ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିମ୍ବାଧର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବରାଜ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ଗୋଠଗାଁ ପ୍ରକଳ୍ପ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗିରଥୀ ପ୍ରଧାନ, ପୂର୍ବତନ ସିଆରସିସି ଦେବବ୍ରତ ପଟ୍ଟନାୟକ: ଗୋଠଗାଁ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କଙ୍ଗେ୍୍ରସ ଜେନା, ଠୁରୁବୁରାଇ ଉଚ୍ଚବିଦ୍ୟାଳୟର ଶିକ୍ଷକ ମିହିର କୁମାର ଜେନା ଓ ଖାସପା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଘୁନାଥ ମହାନ୍ତି ଯୋଗ ଦେଇ ୭୮ ଜଣ ଶିକ୍ଷାର୍ଥୀଙ୍କୁ ପୋଷାକ ସମେତ ଜୋତା ଓ ମୋଜା ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମକକୁ ଶିକ୍ଷକ ପିତବାସ ସାହୁ, ବିପିନ ବେହେରା, ଶିକ୍ଷୟତ୍ରୀ ରିତା ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


