ଆହେ ନୀଳଗିରି

ଆହେ ନୀଳଗିରି
ତୁମ୍ଭ ସେବାରେ
ମୋ ଦିନ ଯାଉ ସରି ।। ଘୋଷା।।
ଶ୍ରୀଅଙ୍ଗେ ଚନ୍ଦନ ଲେପୁଥିବି
ଶ୍ରୀଗୀତଗୋବିନ୍ଦ ଗାଉଥିବି
ତୁଳସୀ ଦୟଣା ମାଳ ଗଳେ ଦେଇ
ଶ୍ରୀରଙ୍ଗାପୟର ସେବୁଥିବି ।
ଗୀତଗୋବିନ୍ଦ ଖଣ୍ଡୁଆପାଟ
ପିନ୍ଧାଇ ଦେଖିବି ତୋର ନାଟ
ମୋହନ ବଂଶୀକୁ ତୋ ହସ୍ତେ ଧରାଇ
ତୋ ଗୀତ ଶୁଣିବି ଆରେ ନଟ ।
ଷାଠିଏ ପଉଟି ରାନ୍ଧୁଥିବି
ଛପନ ଭୋଗକୁ ଖୁଆଇବି
ମକର ଚୌରାଶି ଆଗେ ବାଢିଦେଇ
ଖା ଖା କହି ଚାଲିଯିବି ।
ଯାହା ଦେବୁ ତା ସୁଖେ ଭୁଞ୍ଜିବି
ବଡସିଂହାର ବେଶେ ମଜ୍ଜିବି
ଗରୁଡ ପଛରୁ ହାତ ଟେକି ଦେଇ
ଏ ପିଣ୍ଡ ପରାଣ ସମର୍ପିବି ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ


