ଆହ୍ୱାନ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ
କେନ୍ଦ୍ରାପଡା – ସ୍ୱେଛାସେବୀ ଅନୁଷ୍ଠାନ “ଆହ୍ୱାନ”ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ବଳିରାଜ ଗ୍ରାମରେ ମହାନ ବିପ୍ଲବୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୩ ତମ ଓ କ୍ରାନ୍ତୀକାରୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୨ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସାଥୀ ସରୋଜ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ବିଶିଷ୍ଟ କୃଷକ ନେତା ସତ୍ୟ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କର ଆତ୍ମବଳୀଦାନର ବିନିମୟରେ ହାସଲ ହୋଇଥିବା ସ୍ୱାଧୀନତାର ସୁରକ୍ଷା ପାଇଁ ସମସ୍ତେ ପ୍ରଚେଷ୍ଟା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଆଇନଜୀବି ପ୍ରଦୀପ କୁମାର ଦାଶ, ସୁରେନ୍ଦ୍ର ଦାସ, ସଞ୍ଜୟ କୁମାର ଜେନା, ରବିନ୍ଦ୍ର ପ୍ରସାଦ ଜେନା, ସାଥି ରମଣୀରଞ୍ଜନ ରାଉତରାୟ, ସାଥୀ କାନ୍ତିପ୍ରଭା ନାୟକ, ସାଥୀ ଚନ୍ଦନା ଲେଙ୍କା ଓ ସାଥୀ ନନ୍ଦିନୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଥୀ ଦୈା୍ରପଦୀ ରାଉତ, ସାଥୀ କରିସ୍ମା ଦଣ୍ଡିଆ, ସାଥୀ ସୁଶାନ୍ତ ବାରିକ, ସାଥୀ କୁବେର ସାହୁ, ସାଥୀ ମଞ୍ଜୁଲତା ସାହୁ, ସାଥୀ ହରପ୍ରିୟା ନାୟକ ପ୍ରମୁଖ ଯୋଗଦେଇ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଶିକ୍ଷକ ଅବଧୁତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।


