ଆୟୁପ୍ପା ସ୍ୱାମୀ ଭକ୍ତଧାରୀଙ୍କ ସୁବିଧା ପାଇଁ ଭୁବନେଶ୍ୱରରୁ ଏର୍ନାକୁଲମ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ବ୍ରମ୍ହପୁର ସାସଂଦଙ୍କ ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଥିବା ସ୍ୱାମୀ ଆୟାପ୍ପା ଭକ୍ତଧାରୀ ମାନଙ୍କ ବିଶେଷ ସୁବିଧା ଦୃଷ୍ଟିରୁ ଆସନ୍ତା ଡ଼ିସେମ୍ବର ମାସ ପ୍ରଥମ ସପ୍ତାହ ଠାରୁ ଆରମ୍ଭ କରି ଜାନୁଆରୀ ମାସ ୩ୟ ସପ୍ତାହ ମଧ୍ୟରେ ଭୁବନେଶ୍ଵର ଠାରୁ ଏର୍ନାକୁଲମ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ , ଭୁବନେଶ୍ଵର ସ୍ଥିତ ପୂର୍ବତଟ ରେଳ ମହା ପ୍ରବନ୍ଧକଙ୍କୁ ଏକ ପାତ୍ର ଲେଖି ନିଜର ଦାବୀ ଓ ଅନୁରୋଧ ଜଣାଇଛନ୍ତି । ସାଂସଦ ଶ୍ରୀ ସାହୁ , ରେଳ ମହା ପ୍ରବନ୍ଧକ\’ଙ୍କୁ ଦେଇଥିବା ତାଙ୍କ ଅନୁରୋଧ ପତ୍ରରେ ଦର୍ଶାଇଛନ୍ତି ଯେ , ଓଡ଼ିଶା ରାଜ୍ୟର ଗଞ୍ଜାମ ଏବଂ ଗଜପତି ଜିଲ୍ଲା ଭଳି ଏହି ଉପକୂଳବର୍ତ୍ତୀ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ପ୍ରତ୍ୟେକ ବର୍ଷ \”ଆୟାପ୍ପା ଦୀକ୍ଷା\”\” ପାଳନ କରି ଆସୁଛନ୍ତି ।ସେମାନଙ୍କର ପୂଜନ ଦୀକ୍ଷା ଦୀପ୍ତି ସମାପ୍ତ ହେବା ପରେ ସମସ୍ତ ଭକ୍ତଧାରୀ କେରଳ ରାଜ୍ୟରେ ଥିବା ସାବରିମାଲା ପରିଦର୍ଶନ କରି ସେଠାରେ ଭଗବାନ ଆୟାପ୍ପାଙ୍କ ଦର୍ଶନ ପାଇବାକୁ ଯାଇଥାନ୍ତି । ଏହି ପରିପ୍ରେକ୍ଷୀରେ କୋଷ୍ଟାଲ୍ ଜିଲ୍ଲା ଯଥା:- ଗଞ୍ଜାମ ଏବଂ ଗଜପତି ଠାରୁ ଏର୍ନାକୁଲମ୍ ପର୍ଯ୍ୟନ୍ତ କୌଣସି ନିୟମିତ ଟ୍ରେନ୍ ସୁବିଧା ବ୍ୟବସ୍ଥା ନାହିଁ ଜ୍ଝ ଭକ୍ତମାନେ ଏ କ୍ଷେତ୍ରରେ ସାବରିମାଲା ଯାତ୍ରା କରିବାର ଅନ୍ୟ ବିକଳ୍ପ ବ୍ୟବସ୍ଥା ଧାରା ଉପରେ ନିର୍ଭର କରି ବହୁ ଅସୁବିଧା ସହ ସେଠାରେ ପହଞ୍ଚି ଏବଂ ଦର୍ଶନ କରି ଫେରିଥାନ୍ତି । ତେଣୁ କରି ଆୟପ୍ପା ସ୍ୱାମୀ ଭକ୍ତଧାରୀଙ୍କ ବିଶେଷ ସୁବିଧା ପାଇଁ ଭୁବନେଶ୍ୱରରୁ ଏର୍ନାକୁଲମ୍ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ବ୍ୟବସ୍ଥା ହେଉ ଏବଂ ଏହା ମୁଖ୍ୟତଃ , ଆସନ୍ତା ମାସ ଡିସେମ୍ବର ୨୦୨୨ର ପ୍ରଥମ ସପ୍ତାହରୁ ଜାନୁୟାରୀ ମାସ ୨୦୨୩ ର ତୃତୀୟ ସପ୍ତାହ ପର‌୍ୟ୍ୟନ୍ତ ଉକ୍ତ ସାବରିମାଲା ଚଳାଚଳ କରାଯାଉ ।ଏହା କାର୍ଯ୍ୟ ତଥା ଚଳାଚଳ କ୍ଷମ ହେବା ଦ୍ବାରା ଗଞ୍ଜାମ ଓ ଗଜପତି ଜିଲ୍ଲା ସମେତ କୋରାପୁଟ ଜିଲ୍ଲା ଓ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ସ୍ୱାମୀ ଆୟାପା ଭକ୍ତାଧାରୀ ବେଶ ଉପକୃତ ହୋଇ ପାରନ୍ତେ ବୋଲି ସାଂସଦ ଶ୍ରୀ ସାହୁ ତାଙ୍କ ଅନୁରୋଧ ପତ୍ରରେ ଦର୍ଶାଇଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ