ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ

ବୁଗୁଡା,(ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଏକ ଆୟୁଷ୍ମାନ ଆରୋଗ୍ୟ ଶିବିର ସେପ୍ଟେମ୍ବର ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଯୋଗବିଦ୍ୟା ପ୍ରଦାନ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଟେଲି ମେଡ଼ିସିନ ଯୋଗେ ବିଶେଷଜ୍ଞ ଡାକ୍ତର ସହିତ ଆଲୋଚନା କରି ସ୍ୱାସ୍ଥ୍ୟ ସେବା ପ୍ରଦାନ, ରକ୍ତ ପରୀକ୍ଷା କରିବା, ଅଣ ସଂକ୍ରମଣ ରୋଗର ଚିହ୍ନଟ କରିବା ସହିତ ସେବା ପ୍ରଦାନ କରିବା, ମାଗଣାରେ ଔଷଧ ବଣ୍ଟନ, ସାଧାରଣ ଓ ଆୟୁଷ ବିଭାଗରେ ସେବା ପ୍ରଦାନ କରିବା ପ୍ରଭୃତି ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଥିଲା। ଏଥି ସହିତ ଆଜିର କାର୍ଯ୍ୟକ୍ରମରେ ବିଶେଷ ଭାବେ ହେଚଆଇଭି ଓ ଏଡ୍ସ ଉପରେ ସଚେତନତା କରାଯାଇଥିଲା। ବୁଗୁଡ଼ା ମେଡ଼ିକାଲର ଏଡ୍ସ ପରାମର୍ଶଦାତ୍ରି ରଶ୍ମିରେଖା ରାଉତ ଏଡ୍ସ ରୋଗର କାରଣ, ଭୟଭୟତା ଓ ସଚେତନତା ଉପରେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୫୩ ଜଣ ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାସହ ସହିତ ବିଭିନ୍ନ ପ୍ରକାର ରୋଗ ଉପରେ ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଡାକ୍ତର ଦୟାନିଧି ରାଉତ ଓ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ସ୍ଥାନୀୟ ଲୋକଙ୍କୁ ଅବଗତ କରାଇଥିଲେ। ଶିବିରକୁ ଚିତ ରଞ୍ଜନ ପ୍ରଧାନ ସଂଯୋଜନା କରିବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଟେକ୍ନିସିଆନ କାଳୀ ପ୍ରସାଦ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ନର୍ସିଙ୍ଗ ଅଫିସର ଗଙ୍ଗା ସାହାଣୀ ଓ ଆଶା କର୍ମୀ ମାନେ ସହଯୋଗ କରିବା ସହିତ ଏହି ଶିବିରକୁ ସଫଳ କରାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ