ଆୟୁଷ ଚିକିତ୍ସାଳୟ କାର୍ଯ୍ୟାରମ୍ଭ ବିଳମ୍ବକୁ ନେଇ ଉଦବେଗ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଆୟୁଷ ବିକାଶ ମଞ୍ଚର ପରିବର୍ଦ୍ଧିତ ବୈଠକ ସଭାପତି ଡା. ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ହିମାଂଶୁ ଶେଖର ଦାସ ଗତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସଭ୍ୟମାନଙ୍କୁ ଅବଗତ କରାଇଥିଲେ । ଉପଦେଷ୍ଟା ନିରଞ୍ଜନ ପରିଡ଼ା ଓ ସୀତାରାମ ପ୍ରଧାନଙ୍କ ପ୍ରସ୍ତାବ କ୍ରମେ ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ଥିବା ସମସ୍ତ ଆୟୁର୍ବେଦିକ ଔଷଧ ଦୋକାନୀ, ଡିଷ୍ଟ୍ରିବ୍ୟୁଟରମାନଙ୍କୁ ନେଇ ଏକ ଜରୁରୀ ବୈଠକ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରତ୍ୟେକ ଔଷଧ ଦୋକାନରେ ମଞ୍ଚର ଆଭିମୁଖ୍ୟର ଫଳକ ଲଗାଇବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ପୂର୍ବ ପ୍ରସ୍ତାବ ଅନୁଯାୟୀ ଖୁବଶୀଘ୍ର ସଦର ବିଧାୟକ ଓ ରେମୁଣା ବିଧାୟକ ଏବଂ ବାଲେଶ୍ୱର ସାଂସଦଙ୍କ ସହିତ ଯୋଗାଯୋଗ କରି ଏକ ଚାରିଜଣିଆ ଟିମ୍ ଭୁବନେଶ୍ୱର ଯିବାପାଇଁ ସ୍ଥିର କରାଗଲା । ଆୟୁଷ ନିର୍ଦ୍ଦେଶକଙ୍କ ଦ୍ୱାରା ପଠାଯାଇଥିବା ଆୟୁଷ ଚିକିତ୍ସାଳୟର ଏଷ୍ଟିମେଣ୍ଟକୁ ପ୍ରଶାସନିକ ଅନୁମୋଦନ କରୁଥିଲେ ମଧ୍ୟ ସ୍ୱାସ୍ଥ୍ୟବିଭାଗ ଦ୍ୱାରା ବାରମ୍ବାର ଅବଜେକ୍ସନ୍ କରୁଥିବାରୁ ସଭାରେ ଉଦ୍‌ବେଗ ପ୍ରକାଶ କରିଥିଲେ । ଏ ବିଷୟରେ ଜିଲ୍ଲାପାଳଙ୍କ ସମେତ ବିଧାୟକ ଓ ସାଂସଦଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ପାଇଁ ସ୍ଥିର କରାଯାଇଥିଲା । ଏଥି ସହିତ ବାଲେଶ୍ୱରରେ ଆୟୁର୍ବେଦିକ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସ୍ଥାନୀୟ ସାଂସଦ କେନ୍ଦ୍ର ଆୟୁଷ ମନ୍ତ୍ରୀଙ୍କୁ ପତ୍ରାଳାପ ମାଧ୍ୟମରେ ଅନୁରୋଧ କରିଥିବାରୁ ମଞ୍ଚ ପକ୍ଷରୁ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ ସହ ଏହାର ଅଗ୍ରଗତି ଗୁରୁତ୍ୱ ଦେବାକୁ ସାଂସଦଙ୍କୁ ଅନୁରୋଧ କରାଯାଇଥିଲା । ସଂଘର ଯୁଗ୍ମ ସଂପାଦକ ଡା. ପ୍ରଭାତ ଚନ୍ଦ୍ର ବିଶ୍ୱାଳ, ଅଭିରାମ ଦାସଡା. ପ୍ରଭାକର ରଥ ପ୍ରମୁଖ ଏହି ବୈଠକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ