ଆୟୁଷ ଡାକ୍ତରଙ୍କ କଳା ବ୍ୟାଚ ପିନ୍ଧି ପ୍ରତିବାଦ

ବୁଗୁଡା ,(ଅନିଲ କୁମାର ମହାରଣା): ବୁଗୁଡା ଅଞ୍ଚଳରେ କୋଭିଡ ଆଇନକୁ ସମ୍ମାନ ଜଣାଇ ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱ ଅନୁଭବ କରି ଘରକୁ ଘର ବୁଲି ଥର୍ମାଲ ସ୍କ୍ରିନିଂ ଓ ପଲସ ଅକ୍ସିମିଟର ପରୀକ୍ଷା କରୁଥିବା ଆୟୁଷ ଡାକ୍ତର ପଦରାବିନ୍ଦ ଷଡଙ୍ଗୀ, ଡାକ୍ତର ଚିନ୍ମୟୀ ସାମନ୍ତରା ଓ ଡାକ୍ତର ହିମାଂଶୁ ଶେଖର ପଣ୍ଡା ୬ ଦିନ ହେଲା କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ ଭାବେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି। କୋଭିଡ ୧୯ ନିୟନ୍ତ୍ରଣ ପାଇଁ ନିଜକୁ ସାମିଲ କରିଥିବା ବୁଗୁଡାର ଏହି ୩ ଜଣ ଡାକ୍ତର ଙ୍କ ସମେତ ସାରା ରାଜ୍ୟରେ ଆର.ବି.ଏସ.କେ. ଆୟୁଷ ଡାକ୍ତର ବୃନ୍ଦ ମଧ୍ୟ ଏହିପରି କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବା ସହ ନିଜର କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଆସୁଥିଲେ ମଧ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁ ନଥିବା ସମସ୍ତଙ୍କୁ ବ୍ୟଥିତ କରିଛି। ଏହି ଆର.ବି.ଏସ.କେ. ଆୟୁଷ ଡାକ୍ତର ମାନଙ୍କୁ ସରକାର ଅତିକମ ଦରମା ପ୍ରଦାନ କରୁଥିଲେ ମଧ୍ୟ ସେମାନେ କାର୍ଯ୍ୟରେ ଅବହେଳା କରିନାହାଁନ୍ତି। ଅନ୍ୟାନ୍ୟ ଆୟୁଷ ଡାକ୍ତରଙ୍କୁ ପ୍ରଦାନ କରୁଥିବା ଦରମା ସେମାନଙ୍କୁ ଦେବାକୁ ଦାବି କରିବା ସହ ସେମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିବା, ସ୍ଥାୟୀ ଡାକ୍ତର ଭାବେ ଘୋଷଣା କରି ଆୟୁଷ ବିଭାଗରେ ସାମିଲ କରିବା, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଆୟୁର୍ବେଦକ ଓ ହୋମିଓପ୍ୟାଥିକ ଔଷଧ ବଣ୍ଟନ କରିବା ପ୍ରଭୃତି ଦାବି କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଡାକ୍ତର କଳା ବ୍ୟାଚ ପିନ୍ଧି ପ୍ରତିବାଦ କରୁଛନ୍ତି। ସରକାରଙ୍କ ଯଦି ଦାବି ପୂରଣ ନକରନ୍ତି ତେବେ ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ସାମୁହିକ ଇସ୍ତଫା ପ୍ରଦାନ କରାଯିବ ବୋଲି ଗଞ୍ଜାମ ଜିଲ୍ଲା ସଂଘର ସଭାପତି ଡାକ୍ତର ମନୋରଞ୍ଜନ ରଥ ଓ ସମ୍ପାଦକ ଡାକ୍ତର ଜୟଦେବ ନାୟକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ