ଆୟୁସମାନ ଭବ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଂଜାମ ଜିଲ୍ଲା ସୋରଡା ବ୍ଲକ ର ହୁକୁମା ପଞ୍ଚାୟତ ଗୁଡ଼ିପଲ୍ଲୀ ଗ୍ରାମ ଠାରେ ଆୟୁସମାନ ଭବ ସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସଚେତନ ଓ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଏହି ମେଳା ଅନୁଷ୍ଠିତ ହୋଇଥିଲା ପ୍ରାୟ ୨୫୨ ରୋଗୀଙ୍କୁ ଚିକିତ୍ସା କରିବା ସହ ମାଗଣା ଔଷଧ ଦିଆ ଯାଇଥିଲା ପରିଚାଳନା ଦାୟିତ୍ୱରେ ଥିଲେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଗିତାଞ୍ଜଳି ନାୟକ ପରିଚାଳନା କରିଥଲେ,ଏହି ମେଳା ରେ ୧୨ ଗୋଟି ଚିକିତ୍ସା କିପରି ହେବ ତାହା କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଧାୟକ ମାନ୍ୟବର ପୁର୍ଣ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ରବି ମଲ୍ଲିକ ଯୋଗ ଦେଇଥିଲେ।ସ୍ଥାନୀୟ ବିଡିଓ ଶ୍ରୀଯୁକ୍ତ ବିଜୟ କୁମାର ପ୍ରଧାନ, ସିଡିପିଓ ସରୋଜିନୀ ବେହେରା, ଅମେନିକ ତିପ୍ପୋ,ଡାକ୍ତର ଦେବୀ ପ୍ରସାଦ ପଟ୍ଟନାୟକ,ଡାକ୍ତର ଅଜିତ ପାଣିଗ୍ରାହୀ,chc ସୋରଡା ସୁପିରିଟେଡେଣ୍ଟ ସନ୍ତୋଷ କୁମାର ପଣ୍ଡା ସହ ବହୁ ମହିଳା ସ୍ୱାସ୍ଥ୍ୟ କର୍ମୀ,ଆଶା ଦିଦି, ଅଙ୍ଗନବାଡି କର୍ମୀ ଏବଂ ଅନେକ ଗ୍ରାମବାସୀ ଯୋଗଦେଇଥଲେ।ଏହି ସ୍ୱାସ୍ଥ୍ୟ ମେଳା ଦ୍ୱାରା ବହୁ ଲୋକ ଉପକୃତ ହେବେ ଏବଂ ଆଜିର କାର୍ଯ୍ୟକ୍ରମ କୁ ଗ୍ରାମବାସୀ ମାନେ ପ୍ରସଂଶା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ