ଦିବଂଗତ କୃତ୍ତିବାସ ଆଚାର୍ଯ୍ୟଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) : ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ବାଲେଶ୍ୱର ସଭାଗୃହରେ ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ସଂଘର ସଭାପତି ବନମାଳୀ ନାୟକଙ୍କ ଅଧ୍ୟକ୍ଷତାରେ ଦିବଂଗତ କୃତ୍ତିବାସ ଆଚାର୍ଯ୍ୟଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଆଚାର୍ଯ୍ୟଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ସମବେତ ସଦସ୍ୟ ସଦସ୍ୟାମାନେ ଶ୍ରଦ୍ଧା ନିବେଦନ କରିଥିଲେ । ସଭାପତି ବନମାଳୀ ନାୟକ ସ୍ୱର୍ଗତ ଆଚାର୍ଯ୍ୟଙ୍କର ସଂଘ ପ୍ରତିଷ୍ଠା ନିମନ୍ତେ ଅତୁଳନୀୟ ଅବଦାନ ରହିଥିବା ଓ ପ୍ରାରମ୍ଭିକ ଅବସ୍ଥାରେ ବହୁ ବାଧା ବିଘ୍ନର ସମ୍ମୁଖୀନ ହୋଇ ମୁଷ୍ଟିମେୟ ସଦସ୍ୟ ସଦସ୍ୟାଙ୍କୁ ନେଇ ସଂଘକୁ ଆଗେଇନେବା ଫଳରେ ଏକ ଦୃଢ଼ ମୂଳଦୁଆ ଉପରେ ଆଜି ଆମେ ଛିଡ଼ା ହୋଇପାରିଛୁ ବୋଲି କହିଥିଲେ । ସଂପାଦକ ବସନ୍ତ କୁମାର ନାୟକ, ଅର୍ଥ ସଂପାଦକ ଦାମୋଦର ନାୟକ, ସଂଗଠନ ସମ୍ପାଦକ ସୁଜିତ କୁମାର ଜେନା, ବରିଷ୍ଠ ଉପଦେଷ୍ଟା ଲୋକନାଥ ଆଚାର୍ଯ୍ୟ, ଶିବ ପ୍ରସାଦ ବେହେରା, ଜ୍ଞାନେନ୍ଦ୍ର ନାଥ ସାହୁ, ଶିଶିର କୁମାର ରଥ, ବରିଷ୍ଠ ସଦସ୍ୟା ବାସନ୍ତୀ ପାଣି, ପ୍ରଣିତା ମିଶ୍ର, ବାସନ୍ତୀ କର, ଦେବେନ୍ଦ୍ର ନାଥ ଚୌଧୁରୀ, କୁମୁଦ ରଞ୍ଜନ ଗିରି, ପଦ୍ମଲୋଚନ ଦତ୍ତ, ନିରଞ୍ଜନ ପରିଡ଼ା, ପ୍ରଫୁଲ୍ଲ କୁମାର ଦାସ, ଯୋଗେନ୍ଦ୍ର ନାଥ ସିଂ ପ୍ରମୁଖ ୰ ଆଚାର୍ଯ୍ୟଙ୍କ ସହିତ ସେମାନଙ୍କର ସଂପୃକ୍ତି ଓ ତାଙ୍କର ବିଭିନ୍ନ ଗୁଣାବଳୀ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସଭାରେ କ୍ଷେତ୍ରମୋହନ ନାୟକ, ଶେଖ୍ ଆଲ୍ଲାଉଦ୍ଦିନ୍, କୈଳାସ ଚନ୍ଦ୍ର ସାହୁ, ଶରତ କୁମାର ବିଶ୍ୱାଳ, ବେଣୁଧର ସାହୁ, ସତ୍ୟ ନାରାୟଣ ନାୟକ, ମୀନା ସେଠୀ, କୈଳାସ ଚନ୍ଦ୍ର ପରିଡ଼ା, ବେଣୁଧର ପାଳ, ରାମଚନ୍ଦ୍ର ବାଗ, ଉମେଶ ଚନ୍ଦ୍ର ଗୋଚ୍ଛାୟତ, ଅଜିତ୍ କୁମାର ସେନ୍, ଚିତ୍ତରଞ୍ଜନ ଜେନା, ଶ୍ରୀରାମ ଦାଶ, କଲ୍ୟାଣୀ ନନ୍ଦ, ସୀତାରାମ ପ୍ରଧାନ, ବୀରେନ୍ଦ୍ର ମହନ୍ତ, ଡା. ତାରାକାନ୍ତ ନନ୍ଦ, ଅଜିତ୍ କୁମାର ଦେ ସରକାର, ଦିଲ୍ଲୀପ କୁମାର ଚକ୍ରବର୍ତ୍ତୀ, ସର୍ବେଶ୍ୱର ଆଚାର୍ଯ୍ୟ, ମନୋଜ କୁମାର ବେହେରା ଓ କମଳାକାନ୍ତ ନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


