ଆୟ ବହିର୍ଭୂତ ସଂମ୍ପତି ଠୁଳ ଅଭିଯୋଗରେ ଏକକାଳିନ ୯ ଟି ସ୍ଥାନରେ ଚଢାଉ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ଆୟ ବହିର୍ଭୁତ ସଂମ୍ପତି ଠୁଳ ଅଭିଯୋଗରେ ଗୁରୁବାର ଭୋର ସକାଳେ କଟକ ଭିଜିଲାନ୍ସ ଟିମ୍ ପକ୍ଷରୁ ବ୍ରହ୍ମପୁର ଡିଏଫଓ ଆଶିଷ କୁମାର ବେହେରାଙ୍କ ବାସଭବନ ସମେତ ଏକକାଳିନ ୯ଟି ସ୍ଥାନରେ ଚଢାଇ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଦିଗପହଣ୍ଡି ରେଞ୍ଜର କାର୍ଯ୍ୟାଳୟ ,ଖଲ୍ଲିକୋଟ ରେଞ୍ଜର ,ବ୍ରହ୍ମପୁର ସହରର କାର୍ଯ୍ୟାଳୟ ,ଆମ୍ବପୁଆ ସ୍ଥିତ ବାସଭବନ ଭଞ୍ଜନଗର କାର୍ଯ୍ୟାଳୟ,ଭୂବନେଶ୍ୱର ବାସଭବନ ସମେତ କଟକରେ ମଧ୍ୟ ଚଢାଉ ଜାରିରହିଛି । ଏହା ପୂର୍ବରୁ ପୂର୍ବତନ ଡିଏଫଓ ସନ୍ତୋଷ ମିଶ୍ର ଙ୍କ ଅଭିଯୋଗ କ୍ରମେ ଭିଜିଲ୍ାନ୍ସ ଟିମ୍ ଚଢାଉ କରାଯାଇ ବହୁ ଟଙ୍କା ଜବତ କରାଯାଇଥିଲା ।